ହାତୀ ଉପଦ୍ରବ: ଘରୁ ଟେକିନେଲା ଭାତ ହାଣ୍ଡି

ଢେଙ୍କାନାଳ,୫।୯: ଢେଙ୍କାନାଳ ଜିଲା ଗନ୍ଦିଆ ବ୍ଲକ ଦଲାର ଓ ହରିପୁର ଗ୍ରାମ ନିକଟ ପାହାଡରୁ ବ୍ରାହ୍ମଣୀ ନଦୀ ପାର ହୋଇ ଏକ ଗୋଠଛଡା ଦନ୍ତା ପଶି ଆସି ଉପଦ୍ରବ କରିଛି। ପ୍ରଥମେ ଦନ୍ତାଟି ନଦୀ ପାର ହୋଇ ଭୁଷଳ ପଞ୍ଚାୟତର କିର୍ତ୍ତନପୁର ଗ୍ରାମରେ ପଶି କଦଳୀ ଗଛ ଭାଙ୍ଗିବା ସହିତ ଜଣଙ୍କ ଘରୁ ଧାନବସ୍ତା ଟେକି ନେଇ ଖାଇଥିଲା। ପରେ ସେହି ପଞ୍ଚାୟତର କଞ୍ଚନବାହାଳୀ ଗ୍ରାମରେ ପଶି ମୁନି ମୁଣ୍ଡାଙ୍କ ଆମ୍ବଡାଳ ଭାଙ୍ଗିବା ସହିତ ଘରୁ ଭାତ ହାଣ୍ଡି ଟେକିନେଇ ଗୋଡରେ ଦଳି ଦେଇଥିଲା ।