ଥମୁନି ହାତୀ ଉପଦ୍ରବ: ଲୋକେ ଆତଙ୍କିତ

ବୁଗୁଡ଼ା,୨୩।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳର ଠଣାପଲ୍ଲୀ ବିଟ୍‌ରେ ଏକ ଦନ୍ତାହାତୀ ପ୍ରବେଶ କରି ଉପଦ୍ରବ କରୁଥିବା ଦେଖିବାକୁ ମିଳିଛି। କୁଞ୍ଜବନ ଗ୍ରାମର ଧାନ ଖାଇ ତାହାକୁ ନଷ୍ଟ କରିଦେଇଛି। ଏହା ସହ ତାଳ ଗଛକୁ ଭାଙ୍ଗି କନ୍ଦା ଖାଇଥିବା ଜଣାପଡିଛି । ତେବେ ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରୁ ଏହି ଦନ୍ତାହାତୀ ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଠଣାପଲ୍ଲୀ ଫରେଷ୍ଟ ବିଟରେ ପ୍ରବେଶ କରିଥିବା ନେଇ ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ସୂଚନା ଦେଇଛନ୍ତି । ଦନ୍ତାହାତୀର ଗତିବିଧି ଲକ୍ଷ୍ୟ କରିବା ପାଇଁ ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ବନପାଳ ଓ ବନରକ୍ଷୀଙ୍କ ସମେତ ଏଲିଫେଣ୍ଟ ସ୍କ୍ବାଡ୍‌ ମଧ୍ୟ ଦିବାରାତ୍ର ପାଟ୍ରୋଲିଂ କରୁଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗତ ଫେବୃୟାରୀ ୫ତାରିଖ ରାତିରେ ଏକ ଦନ୍ତାହାତୀ କାନସାରଳା ସେବାଶ୍ରମରେ ଉପଦ୍ରବ କରିଥିଲା। ତେବେ ଏହା ପୂର୍ବରୁ ମଧ୍ୟ ଅନେକଥର ହାତୀ ଆତଙ୍କ ଦେଖିବାକୁ ମିଳିଛି।

Share