ନିରାକାରପୁରରେ ହାତୀ ଉପଦ୍ରବ, ଫସଲ ଗଛ ନଷ୍ଟ

ନିରାକାରପୁର,୧୩ା୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ନିରାକାରପୁର ଚିତ୍ରକୂଟ ପାଦଦେଶରେ ଥିବା ପୂର୍ବତନ ସରପଞ୍ଚ ବିପିନ ଜୟସିଂହଙ୍କ ବଗିଚାରେ ଗତ ଶନିବାର ରାତିରେ ହାତୀପଲ ଉପଦ୍ରବ କରିଛନ୍ତି। ଖାଦ୍ୟ ଅନ୍ବେଷଣରେ ହାତୀପଲ ଆସି ବଗିଚାରେ ଥିବା ବିଭିନ୍ନ ଗଛକୁ ଖାଇ, ଭାଙ୍ଗି ନଷ୍ଟ କରି ଦେଇଛନ୍ତି। ପ୍ରକାଶଥାଉ କି, ଏହି ହାତୀପଲ ଟାଙ୍ଗୀ ବନାଞ୍ଚଳରୁ ଆସି ପ୍ରାୟ ସମୟରେ ଏହି ଗ୍ରାମରେ ଚାଷୀଙ୍କ ଧାନ ଫସଲ ଓ ପନିପରିବା ନଷ୍ଟ କରୁଥିବା ଅଭିଯୋଗ ହେଉଛି। ତେବେ ଶନିବାର ରାତିରେ ମଧ୍ୟ ପ୍ରଥମେ ଗ୍ରାମର କେତେଜଣ ଚାଷୀଙ୍କ ଜମିରେ ପଶି ଫସଲ ନଷ୍ଟ କରିଥିଲେ। ପରେ ବିପିନଙ୍କ ବଗିଚାରେ ପଶି ବିଭିନ୍ନ ଫଳ, ପନିପରିବା ଖାଇବା ସହ ଦଳିଚକଟି ନଷ୍ଟ କରି ଚାଲିଯାଇଥିଲେ। ବାରମ୍ବାର ଏହି ଅଞ୍ଚଳରେ ହାତୀପଲ ଆସି ବିଭିନ୍ନ ନଷ୍ଟ କରୁଥିବାରୁ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲା…

ଭୁବନେଶ୍ୱର, ୧୨/୧୧: ଖୋର୍ଦ୍ଧା ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ୟ୍ୟାଳୟରେ କାର୍ୟ୍ୟରତ କନିଷ୍ଠ କିରାଣୀ ପ୍ରଦୀପ୍ତ କୁମାର ସାହୁ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି। ୬ହଜାର ଟଙ୍କା...

କପଡ଼ା ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ

ଭୁବନେଶ୍ୱର,୯।୧୧: ଭୁବନେଶ୍ୱର ବଡଗଡ଼ ସ୍ଥିତ ଏକ କପଡ଼ା ଗୋଦାମରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି...

ରାତିରେ ହୋଇଥିଲା ଶୁଟିଂ, ସକାଳେ ହୁହୁ ହୋଇ ଜଳୁଥିଲା ଷ୍ଟୁଡିଓ

ଖୋର୍ଦ୍ଧା,୬।୧୦: ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ଘରୋଇ ଟିଭି ଚ୍ୟାନେଲର ଷ୍ଟୁଡିଓରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।...

ଚିକିତ୍ସା ଅବହେଳାରୁ ଚାଲିଗଲା ମହିଳାଙ୍କ ଜୀବନ, ଟାଙ୍ଗୀ ଡାକ୍ତରଖାନାରେ ଚାପା ଉତ୍ତେଜନା

ନିରାକାରପୁର,୩।୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଡାକ୍ତରଖାନାରେ ରବିବାର...

ଅଧାରେ ରହିଗଲା ଜଗା ଦର୍ଶନ, ଅଟୋରେ ପୁରୀ ବାହାରିଥିବା ବେଳେ ପିଟିଦେଇ ଚାଲିଗଲା ଟ୍ରକ୍‌

ନିରାକାରପୁର,୩।୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଅଧାରେ ରହିଗଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ। ପୁରୀକୁ ଯିବା ନିମନ୍ତେ ଘରୁ ବାହାରିଥିବା ବେଳେ ବାଟରେ ଘଟିଲା ଦୁର୍ଘଟଣା। ଖୋର୍ଦ୍ଧା ଜିଲା...

ଗାଧୋଇବାକୁ ଯାଇ କାଲିଠୁ ନିଖୋଜ ଥିଲେ ବ୍ୟକ୍ତି, ଆଜି ପୋଖରୀରୁ ମିଳିଲା ମୃତଦେହ

କଳାପଥର,୧ା୧୧(ଗଙ୍ଗାଧର ସାହୁ): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଠଣାପଲ୍ଲୀ ସାନ ନୟାପଲି ଗାଁରେ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ...

ଆଜିଠୁ ନନ୍ଦନକାନନ ଖୋଲିବ

ତ୍ରିଶୂଳିଆ,୨୬।୧୦(ତୁଷାରକାନ୍ତ ବେହେରା):ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନକୁ ୨୪ ଓ ୨୫ ତାରିଖ ୨ ଦିନ ବନ୍ଦ ରଖାଯାଇଥିଲା। ଶନିବାରଠାରୁ ପୁଣି...

ଆସୁଛି ବାତ୍ୟା, ୨୫ଯାଏ ଚିଲିକାକୁ ଡଙ୍ଗା ମନା

ବାଲୁଗାଁ,୨୨।୧୦(ସଂଗ୍ରାମ ପାଇକରାୟ): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଚିଲିକା ତଟବର୍ତ୍ତୀ ଅଞ୍ଚଳବାସୀ ଏବଂ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri