ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ନଷ୍ଟକଲେ ଫସଲ

ଦେବଗଡ଼, ୧୭ା୧୨ (ଡି.ଏନ.ଏ)-ମଙ୍ଗଳବାର ରାତ୍ରିରେ ୨୨ଟି ହାତୀ ବାରକୋଟ ଫରେଷ୍ଟ ରେଞ୍ଜ ଓ ବଳମ ଫରେଷ୍ଟ ସେକ୍ସନ ଅଞ୍ଚଳରେ ଉପଦ୍ରବ କରିଛନ୍ତି। ଏହି ସେକ୍ସନର ବଡଛାପଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘଘର ଗ୍ରାମରେ ପଶି ୨ଟି ଘର ଭାଙ୍ଗି ଧାନ, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଖାଇଦେବା ସହ ମାଡିଦଳି ବହୁ କ୍ଷୟକ୍ଷତି ଘଟାଇଥିବା ଜଣାପଡିଛି। ଘଘର ଗ୍ରାମରେ ପଶି ମକା ଭୋଇଙ୍କ ଘରର ଏକ କାନ୍ଥ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେବା ସହ ଘରେ ଥିବା ଧାନ ଓ ଚାଉଳ ସମେତ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଆଦି ଖାଇଦେବା ସହ ମାଡିଦଳି ନଷ୍ଟ କରିଥିଲେ ା ଏପରିକି ତାମ୍ବି, ଡେକଚି, କଡେଇ, କଂସା ବାସନ ଓ ସାଇକେଲ ଆଦି ମାଡି ଭାଙ୍ଗିଦେଇଥିଲେ। ହାତୀ ଭୟରେ ପରିବାର ସହ ବାହାରକୁ ଧାଇଁଯାଇ ମକା ନିଜର ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ସେହିପରି ଉକ୍ତ ଗ୍ରାମର ବୁଧୁ ପ୍ରଧାନଙ୍କ ଘରର ଝରକା ଓ ଆଜବେଷ୍ଟସ ଛାତ ଭାଙ୍ଗି ଘର ଭିତରେ ଥିବା ଧାନ ଓ ଚାଉଳ ଆଦି ଖାଇଦେଇଥିଲେ ା ଉକ୍ତ ହାତୀଦଳ ନିକଟରେ ଥିବା ପ୍ରେମାନନ୍ଦ ନାୟକଙ୍କର ବଗିଚାରେ ପଶି ବିସ୍ତୀର୍ଣ୍ଣ ଅଞ୍ଚଳରେ ହୋଇଥିବା କାକୁଡି, ଝୁଡଙ୍ଗ ଓ ଆଳୁ ଫସଲ ନଷ୍ଟ କରିଦେଇଥିଲେ। ଏହା ପରେ ଗ୍ରାମବାସୀ ମିଳିତ ଭାବେ ଉକ୍ତ ହାତୀଦଳକୁ ଘଉଡାଇବାରୁ ହାତୀଦଳ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ। ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗ୍ରାମବାସୀ ଏ ସମ୍ପର୍କରେ ବାରକୋଟ ଫରେଷ୍ଟ ରେଞ୍ଜ ଅଫିସର ଜୟଶ୍ରୀ ମୁର୍ମୁଙ୍କୁ ଅଭିଯୋଗ କରିବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟଗାର୍ଡ ଗୀତାଞ୍ଜଳୀ ବିଶ୍ୱାଳ ଉକ୍ତ ଗ୍ରାମକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ବଡଛାପଲ ସରପଞ୍ଚ ଅଜିତ ଭୋଇ ଓ ପୂର୍ବତନ ସରପଞ୍ଚ ଠକଲାଲ ଠାକୁର କ୍ଷତିଗ୍ରସ୍ତଙ୍କ ଘରକୁ ଯାଇ ସେମାନଙ୍କର ଦୁଃଖ ବୁଝିଥିଲେ। ଏହି ଅବସରରେ ସରପଞ୍ଚ ଭୋଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ କିଛି ଚାଉଳ ପ୍ରଦାନ କରିବା ସହ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ଜଣାଇଛନ୍ତି। ଅନ୍ୟପକ୍ଷରେ ମୁଣ୍ଡ ଗୁଞ୍ଜିବା ପାଇଁ ବାସଶୂନ୍ୟ ମକା ଭୋଇଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଏକ ଆବାସ ଯୋଗାଇଦେବାକୁ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କଲ୍‌ କରି ଡାକ୍ତରଖାନା ଫ୍ୟାନ୍‌ରେ ଝୁଲିପଡ଼ିଲେ କର୍ମଚାରୀ, ଖିଅ ଖୋଜୁଛି ପୋଲିସ

ଦେବଗଡ଼,୨୫ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟାପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ ଯୁବକ ସ୍ବାସ୍ଥ୍ୟକେନ୍ଦ୍ରର ଏକ କଠୋରି ଭିତରେ ଲାଗିଥିବା ପଙ୍ଖାରେ...

ସ୍ପଷ୍ଟ ଦିବାଲୋକରେ କାର କାଚ ଭାଙ୍ଗି ହଜାର ହଜାର ଟଙ୍କା ଲୁଟ୍‌

ଦେବଗଡ,୧୯।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ପୌରାଞ୍ଚଳର ଜନଗହଳି ପୂର୍ଣ୍ଣ ଶ୍ରୀ ଅରବିନ୍ଦ ସ୍କୁଲ ଛକରୁ ସ୍ପଷ୍ଟ ଦିବାଲୋକରେ ଏକ କାରର କାଚ ଭାଙ୍ଗି ୭୮ ହଜାର...

ଦେବଗଡ଼ରେ ଲଜ୍ଜା: ବିଧବାଙ୍କୁ ଗଣବଳାତ୍କାର, ୪ ଅଭିଯୁକ୍ତ ଗିରଫ

ଦେବଗଡ଼,୧୩।୧୨: ଦେବଗଡ଼ ଜିଲାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ବିଧବା ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗରେ ଦେବଗଡ଼ ଟାଉନ ଥାନା ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ...

ନୋଡାଲ ଉଚ୍ଚ ବିଦ୍ୟାଳୟର ଦୁଇ ଛାତ୍ରୀ ଅସୁସ୍ଥ: ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଦେବଗଡ,୬।୧୨(ଶଶାଙ୍କ ଶେଖର ଝାଙ୍କର):ବାରକୋଟ ବ୍ଲକ କଣ୍ଢଳ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଡୁଥିବା ଦୁଇ ଜଣ ଛାତ୍ରୀ ହଠାତ ଅସୁସ୍ଥ ହୋଇ ପଡିଥିବାବେଳେ...

ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର ଘଟଣା: ଅଭିଯୁକ୍ତ ଯୁବକ ଗିରଫ

ଦେବଗଡ,୬।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ବାରକୋଟ ଥାନା ଠାକୁରପାଲି ଗ୍ରାମର ସମୀର ମହାକୁଳ(୧୯)ଙ୍କୁ...

ଡ୍ୟାମ୍‌ ପାଣିରେ ଭାସୁଛି କଲରାପତରିଆ ବାଘର ମୃତଦେହ

ଦେବଗଡ଼,୫ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ନୂଆଡିହି ଫରେଷ୍ଟ ସେକ୍ସନ ରେଙ୍ଗାଲି ରିଜର୍ଭରେ ଏକ କଲରାପତରିଆ ବାଘର ମୃତଦେହ ଭାସୁଛି। ତେବେ ବାଘର...

କାର ସହ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ: ୩ ଗିରଫ

ଦେବଗଡ,୪।୧୨(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲା ରିଆମାଳ ଥାନା ତେଲିମୁଣ୍ଡା ଛକରୁ ଏକ ସ୍ବିଫ୍ଟ କାର ସହିତ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ। ଏହି...

ପୁଅ ମାଡ଼ରେ ଚାଲିଗଲା ମା’ଙ୍କ ଜୀବନ: ୨୦ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ

ଦେବଗଡ,୧୯।୧୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ନାଉଲିପଡା ପଞ୍ଚାୟତ କଂକୋରଖୋଲ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘରୋଇ କଳହରୁ ମା’ଙ୍କୁ ଆମ୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri