ପାଟଣା,୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ସାଉଥ୍ ବିଟ୍ରେ ୧ ସପ୍ତାହରୁ ଊଦ୍ଧର୍ବ ସମୟ ହେବ ୨୬ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ସୋମବାର ବିଳମ୍ବିତ ରାତିରେ ହାତୀପଲ କୁଚିଆବେଡ଼ା ଓ ପଳାସପଡ଼ା ଗାଁରେ ପଶି ବ୍ୟାପକ ଧାନ ଫସଲ ଖାଇ ନଷ୍ଟ କରିଛନ୍ତି। ଏଥିସହ କୁଚିଆବେଡ଼ା ଗ୍ରାମର ନିରଞ୍ଜନ ମୁଣ୍ଡାଙ୍କ ଘର ଭାଙ୍ଗିଥିଲେ। ଏହି ସମୟରେ ଘରେ ଶୋଇଥିବା ୪ ବର୍ଷର ଶିଶୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ମଙ୍ଗଳବାର ମୟୂରଭଞ୍ଜ ଜିଲା କରଞ୍ଜିଆ ରେଞ୍ଜ୍ ଟିକାଶୀଲ ଜଙ୍ଗଲରେ ଡେରା ପକାଇଛନ୍ତି। ଗାଁ ନିକଟରେ ହାତୀପଲ ଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ଖୁବ୍ଶୀଘ୍ର ଏ ଅଞ୍ଚଳରୁ ହାତୀପଲଙ୍କୁ ଘଉଡ଼ାଇବାକୁ ଦାବି ହୋଇଛି।