ହାତୀ ଶିକାର: ୮ରେ ହାଇକୋର୍ଟରେ ହାଜର ହେବେ ପିସିସିଏଫ୍‌

ଭୁବନେଶ୍ବର, ୨୬ା୭(ବ୍ୟୁରୋ):ରାଜ୍ୟରେ ହାତୀ ଶୀକାର ଏବଂ ବନ ବିଭାଗ ଦ୍‌ାରା ହାତୀ ମୃତ୍ୟକୁ ଲୁଚାଇବା ଘଟଣାରେ ସୋମବାର ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆବେଦନକାରୀ ଗୀତା ରାଉତଙ୍କ ପକ୍ଷରୁ ଆଡ୍‌ଭୋକେଟ ଆଶିଷ ମିଶ୍ର ଏକ ଜନ ସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଏହାର ଶୁଣାଣି କରି ହାଇକୋର୍ଟ ରାଜ୍ୟର ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କୁ ଆସନ୍ତା ୮ ତାରିଖରେ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିଦିନ ବନ୍ୟପ୍ରାଣୀ ପିସିସିଏଫ୍‌ ଶଶୀ ପଲ୍‌ ହାତୀଙ୍କ ସୁରକ୍ଷା ଏବଂ ଶିକାର ରୋକିବା ପାଇଁ କେଉଁସବୁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ଅବଗତ କରାଇବେ। ଏଥିସହ ଏନେଇ ଏକ ସତ୍ୟପାଠ ମଧ୍ୟ ଦାଖଲ କରିବାକୁ କୁହାଯାଇଛି। ସେଦିନ ଭିଡିଓ କନଫରେନ୍ସ ଜରିଆରେ ବନ୍ୟପ୍ରାଣୀ ପିସିସିଏଫ୍‌ ହାଇକୋର୍ଟଙ୍କ ଇଜଲାସରେ ହାଜର ହେବେ ବୋଲି ସୂଚନା ମିଳିଛି।

Share