ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓଟିରେ ଦେଖିବାକୁ ମିଳିଛି, ଏକ ହାତୀ ମାତ୍ର ୩୮ ସେକେଣ୍ଡରେ ଏକ ଗଛକୁ ଉପାଡ଼ି ପକାଉଛି। ହାତୀର ଏପରି ଶକ୍ତି ଦେଖି ସୋସିଆଲ ମିଡିଆରେ କେହି କେହି ତାଙ୍କୁ ଜେସିବି ଏବଂ ବାହୁବଳି ବୋଲି କହୁଛନ୍ତି।
Strength of an African bull.
Source:Life & Nature pic.twitter.com/4V63TTYdSk— Susanta Nanda IFS (@susantananda3) December 25, 2020
ଏହି ଭିଡିଓକୁ ପ୍ରଥମେ ଆଇଏଫ୍ଏସ୍ ଅଧିକାରୀ ସୁଶାନ୍ତ ନନ୍ଦା ଶେୟାର କରିଥିଲେ। ପରେ ଏହା ତୀବ୍ର ବେଗରେ ଭାଇରାଲ ହୋଇଥିଲା। ଏହି ୩୮ ସେକେଣ୍ଡର ଭିଡିଓରେ ହାତୀ ଏତେ ଶକ୍ତି ଦେଖାଇଥିଲା ଯେ, ପୂରା ଗଛଟି ଭୂମିରେ ଟଳି ପଡ଼ିଥିଲା। ଏହା ଦେଖି ସୋସିଆଲ ମିଡିଆରେ ୟୁଜରମାନେ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଲେ। ହାତୀଟି କାହିଁକି ଗଛକୁ ଉପାଡ଼ିଲା?
ଏହାର ଉତ୍ତରରେ ଅନ୍ୟ ଜଣେ ୟୁଜର କହିଛନ୍ତି, ଅନେକ ଲୋକ କହୁଛନ୍ତି ହାତୀ ସବୁଜ ପତ୍ର ଖାଇବା ପାଇଁ ଗଛ ଉପରକୁ ଚଢ଼ିବାକୁ ଚାହୁଁଥିଲା। କିନ୍ତୁ ସେତେବେଳେ ସେ ଚଢ଼ି ପାରି ନ ଥିଲା। ସେ ଶୁଣ୍ଢରେ ପତ୍ର ଭାଙ୍ଗିବାକୁ ଚେଷ୍ଟା କରିଥିଲା ମାତ୍ର ବିଫଳ ହୋଇଥିଲା। ଏଥିରେ ପ୍ରଚଣ୍ଡ ରାଗିଯାଇ ହାତୀଟି ଶୁଣ୍ଢରେ ଗଛଟିକୁ ହଲାଇ ହଲାଇ ପୂରା ଉପାଡ଼ି ଦେଇଛି। ଏତେ ରାଗିଥିଲା ଯେ, ଏହି ବିରାଟ ଗଛଟିକୁ ଉପାଡ଼ିବାକୁ ତାକୁ ମାତ୍ର ୩୮ ସେକେଣ୍ଡ ଲାଗିଥିଲା।
ହାତୀର ଏପରି ଶକ୍ତି ଦେଖି ଜଣେ ୟୁଜର ଏହାକୁ ଜେସିବି ମେଶିନ ସହିତ ତୁଳନା କରିଛନ୍ତି। ସେହିପରି ଜଣେ ମହିଳା ୟୁଜର ଲେଖିଛନ୍ତି, ଦୟାକରି କୁହନ୍ତୁ ଭିଡିଓଟି କେଉଁଠୁ ଆସିଛି। ଯଦିଓ ଏହା ସ୍ପଷ୍ଟ ହୋଇନାହିଁ ତଥାପି ହାତୀଟି ଆଫ୍ରିକୀୟ ପ୍ରଜାତିର। ଯାହା ଖୁବ୍ ଶକ୍ତିଶାଳୀ ବୋଲି କୁହାଯାଏ।