ସୌଭାଗ୍ୟ ଆଣେ ହାତୀ ପ୍ରତୀମା, ଘରେ ରଖନ୍ତୁ…

ଭଗବାନ ଗଣେଶଙ୍କର ଏକ ସ୍ବରୂପ ଭାବେ ହାତୀଙ୍କୁ ଅନେକେ ପୂଜା କରିଥାନ୍ତି। ବାସ୍ତୁଶାସ୍ତ୍ରରେ ବି କୁହାଯାଇଛି, ଘରେ ହାତୀର ପ୍ରତୀମା ରଖିବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ। ଯେମିତିକି * ହାତୀକୁ ଯଶ ଆଉ କୀର୍ତ୍ତିର ପ୍ରତୀକ ବୋଲି କୁହାଯାଇଥାଏ। ତେଣୁ ଯେଉଁ ବ୍ୟକ୍ତିଙ୍କର କ୍ୟାରିୟର୍‌ରେ କିଛି ଉନ୍ନତି ହେଉ ନଥାଏ, ସେମାନେ ନିଜ ଟେବୁଲ୍‌ ଉପରେ ଗୋଟିଏ ଗୋଡ଼ ଟିକେ ଆଗକୁ ଉଠିକି ଥିବା ହାତୀର ମୂର୍ତ୍ତି ରଖିବା ଦରକାର। ଏପରି କଲେ କ୍ରମେ ତାଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିଥାଏ ବୋଲି ବିଶ୍ୱାସ କରାଯାଏ। * ହାତୀ ଏମିତି ଏକ ପ୍ରାଣୀ ଯିଏକି ତା’ର ଜୀବନକୁ ବେଶ୍‌ ବିନ୍ଦାସ୍‌ ଜିଇଁଥାଏ। ତେଣୁ ସୁଖମୟ ଜୀବନ ପାଇଁ ଘରେ ଉପରକୁ ଶୁଣ୍ଢ ଟେକି ରଖିଥିବା ହାତୀର ପ୍ରତୀମା ରଖିବା ଉପକାରୀ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। * ଏକାଗ୍ରତା ବଢାଇବାରେ ବି ହାତୀର ପ୍ରତୀମା ଅନେକ ସାହାଯ୍ୟ କରିଥାଏ। ତେଣୁ ଛୁଆଙ୍କର ପଢା ଟେବୁଲ୍‌ ଉପରେ ହେଉ କିମ୍ବା ଯେଉଁମାନେ ସବୁବେଳେ ଦ୍ୱନ୍ଦ୍ୱ ଭିତରେ ରହିଥାନ୍ତି; ସେମାନଙ୍କର ପାଖାପାଖି ସ୍ଥାନରେ ଗୋଟିଏ ହାତୀର ପ୍ରତୀମା ରଖିଦିଅନ୍ତୁ। ଯେମିତି ବାରମ୍ବାର ସେମାନଙ୍କର ନଜର ଏହି ପ୍ରତୀମା ଉପରେ ପଡୁଥିବ। ଦେଖିବେ କିଛିଦିନ ପରେ ସେମାନଙ୍କ ଭିତରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଯିବ। * ହାତୀର ପ୍ରତୀମା ରଖିବା ପାଇଁ ଘରର ଉତ୍ତର ଦିଗ ସବୁଠୁ ଭଲ ବୋଲି ବିଶ୍ୱାସ ରହିଛି।