ବୌଦ୍ଧ,୧୧ା୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ସମ୍ପୋଚ ଗ୍ରାମ ନିକଟ ବିଷ୍ଣୁପୁର ଗ୍ରାମରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗାମବାସୀ ଭୟଭୀତ ହୋଇଥିବା ଜଣାପଡ଼ିଛ।
ଶନିବାର ସକାଳୁ ୩ଟି ହାତୀକୁ ଗ୍ରାମ ମୁଣ୍ଡରେ ଦେଖିବାକୁ ମିଳିଥିଲା। ଏହି ହାତୀଙ୍କ ମଧ୍ୟରେ ୨ଟି ବଡ଼ ହାତୀ ଥିବା ବେଳେ ଗୋଟିଏ ଛୁଆ ହାତୀ ଥିବା ଜଣାପଡ଼ିଛି। ହାତୀଗୁଡିକ ମହାନଦୀ ପାର୍ ହୋଇ ଚାଲିଆସିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଖବର ପାଇ ବୌଦ୍ଧ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀମାନଙ୍କୁ ଘଉଡ଼ାଇବା ଆରମ୍ଭ କରିଛନ୍ତି।