ଗୋଳବାଇରେ ଦନ୍ତା ହାତୀ ଆତଙ୍କ

ନିରାକାରପୁର,୮।୫: (ଡିଏନ୍‌ଏ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅଧିନରେ ଥିବା ଗୋଳବାଇ ଅଞ୍ଚଳରେ ଏକ ଦନ୍ତାହାତୀ ଦେଖାଯାଇଛି। ଉକ୍ତ ହାତୀଟି ନିଜ ଦଳରୁ ହଜି ଯାଇ ୨ ଦିନ ହେଲା ଖାଦ୍ୟ ଅନ୍ନେଷଣରେ ଆସି ଗାଁ ନିକଟରେ ଥିବା ଜଙ୍ଗଲରେ ରହୁଛି। ସଂଧ୍ୟା ହେଲେ ଗାଁ ମୁହଁା ହେଉଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି। ଅସ୍ୟହ ଗୁଳୁଗୁଳି ଯୋଗୁ ହାତୀଟି ଜଙ୍ଗଲ ମଧ୍ୟରେ ନ ରହି ପ୍ରାୟ ଗାଁ ମୁହଁା ହେଉଛି। ପ୍ରଚଣ୍ଡ ଖରା ଯୋଗୁ ଦିନବେଳେ ଗାଁର ରାସ୍ତା ଘାଟ ଶୂନଶାନ ହୋଇପଡୁଥିବା ବେଳେ ହାତୀ ଭୟରେ ସଂଧ୍ୟାରେ ତାଟିକବାଟ ପଡୁଥିବାର ଦେଖିବାକୁ ମିଳିଛି। ଏନେଇ ଭୁଷଣ୍ଡପୁର ଫରେଷ୍ଟର ସୁଶାନ୍ତ କୁମାର ମହାନ୍ତିଙ୍କୁ ପଚାରିବାରୁ, ବର୍ତ୍ତମାନ ମୋ ସେକ୍ସନରେ ୩ଟି ହାତୀ ରହିଛନ୍ତି। ୨ଟିି ଓଳସିଂହ ଠାରେ ରହିଥିବା ବେଳେ ଗୋଟିଏ ଗୋଳବାଇରେ ରହିଛି। ଆମେ ତାକୁ ଘୋଉଡାଇବା ପାଇ ଉଦ୍ୟମ ଜାରି ରଖିଛୁ ବୋଲି ସେ ସୂଚନା ଦେଇଛନ୍ତି ା