ଢେଙ୍କାନାଳ ଅଫିସ,୧୦।୧: ଢେଙ୍କାନାଳ ଜିଲା ଯୋରନ୍ଦା ଫରେଷ୍ଟ ସେକ୍ସନ କାଙ୍କଲୁଣ୍ଡା ଗ୍ରାମରେ ଏକ ଦନ୍ତହାତୀ ପଶି ଚାଷୀଙ୍କ ଖଳାରୁ ଧାନ ଖାଇଦେଇଛି। ଗୋଟିକିଆ ଗୋଠଛଡା ଦନ୍ତାକୁ ଦେଖି ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି। ଏହି ଦନ୍ତାହାତୀ ଦିନ ସମୟରେ ଗ୍ରାମ ପାଖ ଜଙ୍ଗଲରେ ରହୁଥିବାବେଳେ ଭୋର ଏବଂ ସାରେ ଗ୍ରାମାଭିମୁଖୀ ହେଉଛି। ଫଳରେ ସା ପୂର୍ବରୁ ଗ୍ରାମରେ ଭୟରେ ତାଟି କବାଟ ପଡିଯାଉଛି। ଏପରି କି ଭୟଭୀତ ଗ୍ରାମବାସୀ ପିଲାଙ୍କୁ ସ୍କୁଲ ଛାଡିବାକୁ ଭୟ କରୁଛନ୍ତି। ବହୁ ଚେଷ୍ଟା ପରେ ମଧ୍ୟ ହାତୀ ଅଞ୍ଚଳ ଛାଡ଼ୁ ନ ଥିବାରୁ ତୁରନ୍ତ ବନ ବିଭାଗ ଘଉଡାଇବାକୁ ଦାବି କରାଯାଇଛି। ଖବରପାଇ ବନକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଗତିବିଧି ଉପରେ ନଜର ରଖିଛନ୍ତି।