କାଶୀନଗର ବ୍ଲକରେ ହାତୀ ଆତଙ୍କ

ପାରଳାଖେମୁଣ୍ଡି,୨୭ା୧୨(ଡି.ଏନ.ଏ.): ଗଜପତି ଜିଲା କାଶୀନଗର ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଗତ କିଛିଦିନ ହେଲା ପାଞ୍ଚ ଟିକିଆ ହାତୀପଲ ଅଞ୍ଚଳରେ ଚଳପ୍ରଚଳ ହେଉଥିବା ବେଳେ ଖାଦ୍ୟପାଇଁ ଗାଁମୁହାଁ ହେଉଛନ୍ତି। ବୁଦୁରା ପଞ୍ଚାୟତର ବୁଦୁରା, ବଥବା, ଇଦୁଡି, ଗୈାରୀ ଆଦି ଗାଁ ନିକଟରେ ହାତୀ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ୁଛନ୍ତି। ହାତୀପଲ ଖଳାରେ ପଶି ଅମଳ ଧାନକୁ ଖାଇ ଯାଉଛନ୍ତି। ବନ କର୍ମଚାରୀ ସେମାନଙ୍କ ଗତିବିଧି ଉପରେ ନଜର ରଖୁଥିବା ବେଳେ ହାତୀପଲକୁ ଘଉଡ଼ାଇବା ପାଇଁ ସେଭଳି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ବର୍ଷକର ଅମଳ ନଷ୍ଟ ହେଉଥିବା ଦେଖି ଚାଷୀ ମୁଣ୍ଡରେ ହାତ ଦେଲେଣି। ବନ ବିଭାଗ ଏହାକୁ ଗୁରୁତର ସହ ନେଇ ହାତୀପଲକୁ ଘଉଡ଼ାଇବା ପାଇଁ ଉଦ୍ୟମ କରିବାକୁ ଦାବି ହେଉଛି।

Share