ବାଲେଶ୍ୱର ଅଫିସ,୨୪ା୬: ବାଲେଶ୍ୱର ଜିଲାର ନୀଳଗିରି ବ୍ଲକ ଅଯୋଧ୍ୟା ଗାଁରେ ବୁଲୁଛି ଝାଡ଼ଖଣ୍ଡୀ ଦନ୍ତା। ଗୁରୁବାର ମଧ୍ୟରାତିରୁ ଆସିଥିବା ଦନ୍ତାଟି ଗୋଟିଏ ଘର ଭାଙ୍ଗିବା ସହ ଆତଙ୍କ ସୃଷ୍ଟି କରିଛି। ଅଯୋଧ୍ୟା ବଜାରର ମୁଖ୍ୟ ରାସ୍ତାରେ ଯିବା ଆସିବା କରିବା ସହ ଏବେ ଗାଁରେ ଥିବା ଦେଖାଦେଇଛି। ଭୟରେ ଲୋକେ ତାଟି କବାଟ ଦେଇ ଦେଇଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ହାତୀ ଓ ଲୋକଙ୍କ ସୁରକ୍ଷା ପାଇଁ ବନ କର୍ମଚାରୀ ମୁତୟନ କରାଯାଇଛି। ଦୈନନ୍ଦିନ କୁଲଡିହା ହାତୀଙ୍କ ଉପଦ୍ରବ ପରେ ପୁଣି ଝାଡ଼ଖଣ୍ଡୀ ଦନ୍ତାର ଆତଙ୍କ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ତେବେ ଦନ୍ତାଟି ପ୍ରଥମେ ନୀଳଗିରିକୁ ପ୍ରବେଶ କରିଥିବା ବେଳେ ଅନ୍ୟ ହାତୀପଲ ନୀଳଗିରିକୁ ପ୍ରବେଶ କରିବାର ସମ୍ଭାବନା ଥିବା ସୂଚନା ମିଳିଛି।