ପୁଣି ଅନୁଗୋଳରେ ହାତୀ ଆତଙ୍କ: ବୃଦ୍ଧଙ୍କୁ କଚାଡ଼ି ମାରିଲା

ଅନୁଗୋଳ ଅଫିସ,୨୯।୪: ଅନୁଗୋଳରେ ପୁଣି ହାତୀ ଆତଙ୍କ ଦେଖାଦେଇଛି। ହାତୀ ଆକ୍ରମଣରେ ଶନିବାର ସକାଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳର ମରଣ୍ଡା ଗାଁର ଝଟକ ବେହେରା(୬୫)।

ମିଳିଥିବା ସୂଚନା ମୁତାବକ, ସକାଳେ ଝଟକ ଆମ୍ବ ବଗିଚାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଥିଲେ। ହାତୀ ତାଙ୍କୁ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ ଜିଲାରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Share