ହାତୀକୁ ଧକ୍କା ଦେବା ପଡ଼ିଲା ମହଙ୍ଗା

ଜମନକିରା,୨୩ା୬(ଡି.ଏନ୍‌.ଏ.): ବାମରା ବନ୍ୟପ୍ରାଣୀ ବନଖଣ୍ଡ ଭୋଜପୁର ବନାଞ୍ଚଳ ସୀମାନ୍ତ ବଞ୍ଜାରି ଗ୍ରାମ ନିକଟ ରାଜପଥରେ ଗତ ୧୯ ତାରିଖରେ ରାସ୍ତା ପାର ହେଉଥିବା ଏକ ମାଈ ହାତୀକୁ ଏକ ପିକଅପ୍‌ ଭ୍ୟାନ ଧକ୍କା ଦେଇଥିଲା। ଫଳରେ ହାତୀ ଗୁରୁତର ଆହତ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ରାସ୍ତା ନିିର୍ମାଣକାରୀ ସଂସ୍ଥାର ପିକଅପ୍‌ ଭ୍ୟାନ (ସିଜି୧୨ଏଆର-୪୦୫୮)କୁ ବନବିଭାଗ ଜବତ କରି ଚାଳକଙ୍କୁ ଅଟକ ରଖିଥିଲା। ବନ କର୍ମଚାରୀ ଅଭିଯୁକ୍ତ ଚାଳକ ଛତିଶଗଡ଼ କୋର୍ବା ଜିଲାର ନିର୍ମଳ କୁରେ(୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଫରେଷ୍ଟର ସୁନୀତା ନାୟକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଅସୁସ୍ଥ ହାତୀ ଦେବଗଡ଼ ବନଖଣ୍ଡ ଓ ବାମଣ୍ଡା ସୀମାରେ ଚଲାବୁଲା କରୁଥିବା ଜଣାପଡିଛି। ବନ ବିଭାଗ ହାତୀ ଉପରେ ନଜର ରଖିଛି।

Share