Advertisement

ଉପଦ୍ରବ କରୁଥିବା ହାତୀକୁ କରାଗଲା ଟ୍ରାଙ୍କୁଲାଇଜ

ଖୋର୍ଦ୍ଧା ଅଫିସ, ୨।୧୧: ଉପଦ୍ରବ କରୁଥିବା ଅମାନିଆ ହାତୀକୁ ବୁଧବାର ଟ୍ରାଙ୍କୁଲାଇଜ କରାଯାଇଛି। ପରେ ତାକୁ ଟାଙ୍ଗୀ ରେଞ୍ଜ ପଟିଆ ଜଙ୍ଗଲକୁ ବନ ବିଭାଗ ନେଇଛି। ହାତୀକୁ ଟ୍ରକ୍‌ ଯୋଗେ ୧୬ ନମର ଜାତୀୟ ରାଜପଥରେ ନିଆଯାଉଥିବା ବେଳେ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ଼ ଜମିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ଏକ ହାତୀ ପିପିଲି ଟୋଲ ଗେଟ ଦେଇ ଧଉଳି ରାସ୍ତାରେ ଆସି ଲିଙ୍ଗରାଜ ମନ୍ଦିର ନିକଟରେ ପହଞ୍ଚତ୍ ଥିଲା। ହାତୀଟିକୁ ବନବିଭାଗ ଘଉଡ଼ାଇବା ଫଳରେ ହାତୀଟି ଡୁମୁଡୁମା ଅଞ୍ଚଳ ଦେଇ ପାତ୍ରପଡ଼ା ମେଡିଶିନାଲ ଗାର୍ଡେନରେ ପଶିଥିଲା । ତେବେ ହାତୀଟି ସହର ମଧ୍ୟକୁ ପଶି ଆସିଥିବାରୁ ଏହାକୁ ଘଉଡ଼ାଇବାକୁ ବହୁତ ଚେଷ୍ଟା ଚାଲିଥିଲା। ଆଇଗିଣିଆଠାରେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel