ଜଙ୍ଗଲରେ ହାତୀର ମୃତଦେହ ଠାବ

କୁଚିଣ୍ଡା,୧୦ା୪(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ଡିଭିଜନ କୁଚିଣ୍ଡା ରେଞ୍ଜ ଅଧିନସ୍ଥ ଜରାବଗା ପଞ୍ଚାୟତ ବିଞ୍ଜିଖୋଲ ଗାଁ ନିକଟରେ ଏକ ହାତୀର ମୃତଦେହକୁ ବନବିଭାଗ ରବିବାର ଠାବ କରିଛି। ଗାଁ ଲୋକଙ୍କ କହିବା ଅନୁଯାୟୀ, ହାତୀଟି ୪/୫ ଦିନ ହେଲା ଅସୁସ୍ଥ ହୋଇ ବୁଲୁଥିଲା। ଏ ସମ୍ପର୍କରେ ବନ ବିଭାଗକୁ ମଧ୍ୟ ଖବର ଦେଇଥିଲେ। ହାତୀ ମୃତ୍ୟୁ ଖବର ପାଇ ରବିବାର କୁଚିଣ୍ଡା ରେଞ୍ଜର ଗଗନ ବିହାରୀ ମଲ୍ଲିକ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ମୃତହାତୀର ବ୍ୟବଚ୍ଛେଦ କରାଇଛନ୍ତି। ହାତୀର ଖାଦ୍ୟ ନଳୀରେ କୌଣସି କାରଣରୁ ଘା’ ହୋଇଥିବା ଓ ଏଥିଯୋଗୁ ସେ ଖାଇ ପିଇ ପାରି ନ ଥିବାରୁ ମୃତ୍ୟୁ ହୋଇଥିବା ରେଞ୍ଜର କହିଛନ୍ତି।

Share