ଗଜପତି ସୀମାରେ ହାତୀପଲ

ପାରଳାଖେମୁଣ୍ଡି ,୧୫।୧୨(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ରେଞ୍ଜ ଅନ୍ତର୍ଗତ ମିନିଙ୍ଗା ବିଟ୍‌ ନିକଟ – ଆଳତି ଗ୍ରାମକୁ ୪ ଟିକିଆ ହାତୀ ପଲ ପଶି ଆସି ଥିବା ଦେଖିବାକୁ ମିଳିଛି। ଧାନ ଫସଲ ଖାଇବାକୁ ଜଙ୍ଗଲରୁ ହାତୀ ପଳାଇ ଆସୁଛନ୍ତି। ଆନ୍ଧ୍ର – ଓଡ଼ିଶା ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଉଭୟ ଜିଲାର ବନ କର୍ମଚାରୀ ଉପସ୍ଥିତ ରହି ହାତୀମାନଙ୍କ ଗତିବିଧିକୁ ଲକ୍ଷ୍ୟ କରୁଛନ୍ତି। ତେବେ ହାତୀପଲରୁ ଘଉଡ଼ାଇବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି ବୋଲି ପାରଳାଖେମୁଣ୍ଡି ବନ ଅଧିକାରୀ କହିଛନ୍ତି ।