Categories: ଜାତୀୟ

ସପ୍ତାହେ ହେଲା ରାଜପଥରେ ଛିଡ଼ାହୋଇ ରହିଛନ୍ତି ହାତୀପଲ

ରାଞ୍ଚି,୩୦।୧୧: ଝାଡ଼ଖଣ୍ଡର ଦ୍ୱାରସେନି ଘାଟିରେ ଏକ ହାତୀପଲ ସପ୍ତାହେ ହେଲା ଛିଡ଼ାହୋଇ ରହିଛନ୍ତି। ଫଳରେ ପାଲାମୁ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଦେଇ ଯାଇଥିବା ୯ ନମ୍ବର ରାଜ୍ୟ ରାଜପଥରେ ଭୟର ବାତାବରଣ ସୃଷ୍ଟି ହୋଇଛି।

୬ଟି ହାତୀ, ୨ଟି ଦନ୍ତାହାତୀ ଏବଂ କେତେକ ମାଖନା ହାତୀ ସପ୍ତାହେ ହେଲା ବ୍ୟାଘ୍ର ସଂରକ୍ଷଣ ଦକ୍ଷିଣ ଡିଭିଜନର ବାରିସାନର ରେଞ୍ଜ ଅଧୀନ ରାଜପଥ ମଝିରେ ଛିଡ଼ାହୋଇ ରହିଛନ୍ତି। ସେମାନଙ୍କୁ ଘଉଡ଼ାଇବା ପାଲାମୁ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଟିମ୍‌ ପାଇଁ ଚ୍ୟାଲେଞ୍ଜ ପାଲଟିଛି।

ଚାଲିକି ଯାଉଥିବା ଲୋକେ, ବାଇକ୍‌ ଆରୋହୀ ଓ ଅନ୍ୟମାନଙ୍କୁ ହାତୀ ଆକ୍ରମଣ କରିବା ଆଶଙ୍କା ରହିଛି। ଅନ୍ୟପକ୍ଷେ ବନକର୍ମଚାରୀ ବାଣ ଫୁଟାଇ ହାତୀପଲଙ୍କୁ ଘଉଡ଼ାଇଥିଲେ। ହେଲେ ଘଣ୍ଟାଏ ପରେ ହାତୀମାନେ ପୁଣିଥରେ ଦ୍ୱାରସେନି ଘାଟି ନିକଟକୁ ଚାଲିଆସିଥିଲେ।

Share