Advertisement

୪ ଘର ଭାଙ୍ଗିଲେ ହାତୀପଲ

ପାଟଣା,୧୫ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନରେ ୨୨ ଟିକିଆ ବଣୁଆ ଝାଡ଼ଖଣ୍ଡି ହାତୀପଲ ଗୁରୁବାର ରାତିରେ ପାଟଣା ରେଞ୍ଜ ଛାଡ଼ି କରଞ୍ଜିଆ ରେଞ୍ଜ ବଡ଼ ଦେଉଳି ଜଙ୍ଗଲରେ ଡେରା ପକାଇଛନ୍ତି। ଏଥିସହ ଏହି ହାତୀପଲ ଉପଦ୍ରବରେ ଗୁରୁବାର ରାତିରେ ପାଟଣା ରେଞ୍ଜ ଅଞ୍ଚଳରେ ଏକର ଏକର ପରିମିତ ଧାନ ଓ କଖାରୁ ଫସଲ ନଷ୍ଟ ସହ, ୪ ଜଣଙ୍କ ଘର ଭାଙ୍ଗି ଦେଇଛନ୍ତି। ୨୨ ଟିକିଆ ବଣୁଆ ହାତୀପଲ ଖୁଣ୍ଟାପଡ଼ା ଗ୍ରାମରେ ୩ ଓ ଚାତରପାଣି ଗାଁରେ ଗୋଟିଏ ଘର ଭାଙ୍ଗିଦେଇଛନ୍ତି। ହାତୀପଲ ଚାତର ପାଣି ଗ୍ରାମର କ୍ଷୀରୋଦ ମହାନ୍ତ, ଖୁଣ୍ଟାପଡ଼ା ଗ୍ରାମର ଗହ୍ମା ମୁଣ୍ଡା, ଖୁଦାର ମୁଣ୍ଡା, ବୁଧୁରାମ ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel