ସୋନପୁର,୪ା୧୨(ନି.ପ୍ର.): ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ଲଛିପୁର ଫରେଷ୍ଟ ସେକ୍ସନର ବାସଲାଟରେ ଏକ ପ୍ରାପ୍ତ ବୟସ୍କା ମାଈ ହାତୀର ମୃତ୍ୟୁ ହୋଇଛି। ଶନିବାର ସକାଳେ ଏହି ଘଟଣା ଜଣାପଡ଼ିବା ପରେ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହାତୀଟି କିଛି ଦିନ ହେବ ପଲରୁ ଅଲଗା ହୋଇ ବଣପାହାଡ଼ ଜଙ୍ଗଲରେ ବୁଲୁଥିଲା। ତେବେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।