Advertisement

ଧାନ ଫସଲ ନଷ୍ଟକଲେ ହାତୀପଲ

ପାଟଣା,୨୧ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୪ ଟିକିଆ ହାତୀପଲ ଶନିବାର ରାତିରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜରୁ ଆସି ବନବିର ନିକଟରେ ବୈତରଣୀ ନଦୀ ପାର ହୋଇ ପାଟଣା ରେଞ୍ଜକୁ ପ୍ରବେଶ କରିଛନ୍ତି। ବେଗେନା ଖମଣ ଓ ଏରେଣ୍ଡେଇ ଗ୍ରାମରେ ପାଚିଲା ଧାନକୁ ଖାଇବା ସହ ଦଳି ଦେଇଛନ୍ତି। ଏଥିସହ କୋବି, ବିଲାତି ଚାଷ ନଷ୍ଟ କରିଛନ୍ତି। ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ରବିବାର ଏରଣ୍ଡେଇ ନଦୀକୁଳ ଜଙ୍ଗଲରେ ଡେରା ପକାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଶୀଘ୍ର ହାତୀପଲଙ୍କୁ ଘୋଉଡ଼ାଇବା ସହ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share