ନାକଟିଦେଉଳ,୬ା୮(ଡ଼ି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି। ଏଥିରେ ଲୋକଙ୍କ ଧନଜୀବନ ହାନି ଘଟୁଥିବା ବେଳେ ଚାଷ କାର୍ଯ୍ୟ କ୍ଷତି ହେଉଛି। ବର୍ତ୍ତମାନ ଏକ ହାତୀପଲ ଧାନ କ୍ଷେତରେ ପଶି ତଳି ନଷ୍ଟ କରୁଛନ୍ତି। ୫ ଟିକିଆ ହାତୀପଲ ସାହେବୀ ଗ୍ରାମର ଧାନକ୍ଷେତରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ଏଥିରେ ଗ୍ରାମର ଚାଷୀ ରାଜକିଶୋର ସାହୁଙ୍କ ୨ଏକର, ନବୀନ ସାହୁଙ୍କର ୨ଏକର ଓ ଭିକାରୀ ଚରଣ ସାହୁଙ୍କର ଦେଢ ଏକର ଧାନଚାଷ କ୍ଷତି ହୋଇଥିବା ବେଳେ ଦେବା ବିଶ୍ୱାଳଙ୍କର ଗୋଟିଏ ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଚାଷ ଆରମ୍ଭରୁ ଏଭଳି ଘଟଣା ନେଇ ଚାଷୀମାନେ ଭୟଭୀତ ହୋଇପଡିଛନ୍ତି। ହାତୀ ଘଉଡ଼ାଇବା ଦିଗରେ ବନ ବିଭାଗ ପଦକ୍ଷେପ ନେବା ସହ ସରକାରୀ ସହାୟତା ଯୋଗାଇଦେବାକୁ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି।