ବିନିକା,୧୦।୧୧: ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ହାତୀପଲ ଅଞ୍ଚଳର ଘୋଡ଼ାଧାର, କର୍ତଙ୍ଗ, ମହାଦେବପାଲି, ସକମା, ଘଣ୍ଟୋପାଲିରେ ପଶି ବ୍ୟାପକ ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି।
ହାତୀପଲ ପାଚିଲା ଧାନ କ୍ଷେତରେ ପଶି ଦଳି ଚକଟି ନଷ୍ଟ କରି ଦେଉଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ହାତୀପଲ ଗରିଆପାଲି, ଫବ୍ସିରେ ଏକର ଏକର ଫସଲ ଉଜାଡିଲେ ଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏପରିକି ହାତୀଙ୍କ ପାଇଁ ଅଞ୍ଚଳରେ ୨ ଦିନ ହେଲା ବିଦ୍ୟୁତ୍ ସମସ୍ୟା ଲାଗି ରହିଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଥିବା ବେଳେ ସ୍ଥାନୀୟ ଜଙ୍ଗଲକୁ ଘଉଡାଇବାକୁ ଉଦ୍ୟମ କରୁଥିବା ଜଣାପଡିଛି।