ହର୍ପିସ ପଞ୍ଝାରେ ହାତୀ

ଢେଙ୍କାନାଳ ଅଫିସ, ୨୭।୬ – ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲରେ ନିର୍ଭୟରେ ବିଚରଣ କରୁଥିବା ହାତୀଙ୍କ ପାଇଁ ଘାତକ ସାଜିଛି ମାରାତ୍ମକ ହର୍ପିସ୍‌। ବିଶେଷ କରି ହିନ୍ଦୋଳ ରେଞ୍ଜରେ ରହୁଥିବା ହାତୀଙ୍କ ଶରୀରରେ ଏହି ଭୂତାଣ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଗତ ଦେଢ଼ବର୍ଷ ମଧ୍ୟରେ ହର୍ପିସ୍‌ରେ ସଂକ୍ରମିତ ହୋଇ ୩ ହାତୀ ମୃତ୍ୟୁମୁଖରେ ପଡ଼ିଲେଣି। ବନ ବିଭାଗ ପକ୍ଷରୁ ଚିକିତ୍ସା ଲାଗି ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏହି ଭୂତାଣୁ ହାତୀଙ୍କ ପାଇଁ କାଳ ସାଜିଥିବା ଅଭିଯୋଗ ହେଉଛି। ଅପରପକ୍ଷେ ହାତୀ ଭଳି ସାମାଜିକ ପ୍ରାଣୀ ପଲରେ ରହିବାକୁ ପସନ୍ଦ କରୁଥିବାବେଳେ ଭୂତାଣୁଜନିତ ଗଣସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଯଦି ଏପରି ହୁଏ ତେବେ ଢେଙ୍କାନାଳରୁ ହାତୀବଂଶ ବିଲୋପ ହୋଇଯିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ହିନ୍ଦୋଳ ରେଞ୍ଜ୍‌ରେ ହର୍ପିସ୍‌ରେ ସଂକ୍ରମିତ ହୋଇ ୨୦୧୯ ଜାନୁୟାରୀରୁ ୨୦୨୦ ଜୁଲାଇ ମଧ୍ୟରେ ୩ ହାତୀଙ୍କ ମୃତ୍ୟୁ ଘଟିଛି। ସେଥିରୁ ଗୋଟିଏ ମାଈ ଏବଂ ଅନ୍ୟ ୨ଟି ଛୁଆ ହାତୀ। ସେହିପରି ବର୍ଷକ ତଳେ କପିଳାସ ହାତୀ ରେସକ୍ୟୁ ସେଣ୍ଟରରେ ମରିଥିବା ହାତୀ ଛୁଆ ମଧ୍ୟ ଏହି ଭୂତାଣୁ କବଳରେ ପଡ଼ିଥିବା ସନ୍ଦେହ କରାଯାଇଥିଲା। ହେଲେ ବନ ବିଭାଗ ଏହାକୁ ସ୍ପଷ୍ଟ ନ କରିବାରୁ ଏହା ଅଦ୍ୟାବଧି ରହସ୍ୟାବୃତ୍ତ ହୋଇ ରହିଛି। ଦୁଇଦିନ ତଳେ ହିନ୍ଦୋଳ ରେଞ୍ଜରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଉକ୍ତ ହାତୀଟି ହର୍ପିସ୍‌ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ୩ଦିନ ଧରି ଅସୁସ୍ଥ ହୋଇ ବୁଲିବା ପରେ ହାତୀଟି ମୃତ୍ୟୁବରଣ କରିଥିଲା। ଏ ସମ୍ପର୍କରେ ବନ ବିଭାଗ ପାଖରେ ସୂଚନା ଥିଲେ ମଧ୍ୟ ହାତୀଟିର ଚିକିତ୍ସା ଦିଗରେ ଗୁରୁତ୍ୱ ଦିଆଯାଇ ନ ଥିଲା। ସେହିପରି ଗତବର୍ଷ ଏକ ଅସୁସ୍ଥ ହାତୀ ଶାବକ ଜଙ୍ଗଲରୁ ରାସୋଳ ସେକ୍ସନ୍‌ ଅଞ୍ଚଳକୁ ପଳାଇ ଆସିଥିଲା। ଏହି ହାତୀ ଛୁଆ ମଧ୍ୟ ହର୍ପିସ୍‌ରେ ଆକ୍ରାନ୍ତ ହୋଇଥିଲା। ସେତେବେଳେ ମଧ୍ୟ ହାତୀଛୁଆର ଚିକିତ୍ସା ଲାଗି ବନ ବିଭାଗ ତତ୍ପରତା ଦେଖାଇ ନ ଥିଲା। ସାତକୋଶିଆରୁ ବରିଷ୍ଠ ଚିକିତ୍ସକମାନେ ପହଞ୍ଚତ୍ ହାତୀଛୁଆର ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଥିଲା। ଫଳରେ ଉଦ୍ଧାର ହେବାର ଦିନକ ପରେ ମୃତ୍ୟୁମୁଖରେ ପଡ଼ିଥିଲା। ରୋଗର ପ୍ରତିକାର ଲାଗି ଥିବା ଆଣ୍ଟି ଭାଇରାଲ ଇଞ୍ଜେକ୍ସନର ଦାମ ୨୦ରୁ ୨୫ ହଜାର ଟଙ୍କା ଦେଇ କିଣିବାକୁ ପଡ଼େ। ଏତେ ଟଙ୍କା ଖର୍ଚ୍ଚ କରିବାକୁ ବନ ବିଭାଗ ପଛଘୁଞ୍ଚା ଦେଉଥିବାରୁ ଜିଲାରେ ହାର୍ପିସ ସଂକ୍ରମଣରେ ହାତୀମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବା ଅଭିଯୋଗ ହୋଇଛି।
ଏ ସଂକ୍ରାନ୍ତରେ ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ହିନ୍ଦୋଳ ରେଞ୍ଜ୍‌ରେ ମରିଥିବା ମାଈ ହାତୀଟି ହର୍ପିସ ଆକ୍ରାନ୍ତ ଥିବା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଜିଲା ବନଖଣ୍ଡ ଅଧିକାରୀଙ୍କର ନନ୍ଦନକାନନକୁ ଉପନିର୍ଦ୍ଦେଶକ ଭାବେ ବଦଳି ହୋଇଯାଇଥିବାରୁ ସେ ଏ ସମ୍ପର୍କରେ ଅଧିକ କିଛି ନ କହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ।

ବିପଜ୍ଜନକ କାହିଁକି

ଏଲିଫ୍ୟାଣ୍ଟ ଏଣ୍ଡୋଥେଲିଓଟ୍ରପିକ୍‌ ହର୍ପିସ୍‌ ଭାଇରସ୍‌ (ଇଇଏଚ୍‌ଭି) ଏବଂ ଏଲିଫ୍ୟାଣ୍ଟଇଡ୍‌ ବେଟା ହର୍ପିସ୍‌ ଭାଇରସ୍‌-୧ (ଇଏଲ୍‌ଏଚ୍‌ଭି-୧) ଭୂତାଣୁ ହାତୀଙ୍କ କ୍ଷେତ୍ରରେ ବେଶି ମାରାତ୍ମକ। ଏଥିରେ ସଂକ୍ରମିତ ହାତୀଙ୍କ ମୃତ୍ୟୁହାର ଅଧିକ। ତେବେ ସବୁଠାରୁ ଚିନ୍ତାର କଥା ଯେ, ଏହି ଭୂତାଣରୁ ସଂକ୍ରମଣ ଯୋଗୁ କମ୍‌ ବୟସ୍କ ତଥା ଯୁବ ହାତୀ ମୃତ୍ୟୁମୁଖରେ ପଡ଼ିବା ଆଶଙ୍କା ବେଶି। ବିଶେଷ କରି ଏସିଆନ ହାତୀ ପାଇଁ ଦୀର୍ଘଦିନ ଧରି ହର୍ପିସ୍‌ ଭୂତାଣୁ ଚିନ୍ତାର କାରଣ ହୋଇ ରହିଛି। ଏହି ଭୂତାଣୁ ସଂକ୍ରମଣ ହେଲେ ହାତୀଙ୍କ ଅନ୍ତଃସ୍ରାବୀ ଗ୍ରନ୍ଥି ସମେତ ଶରୀରରେ ଛୋଟ ଛୋଟ ଘା ହୋଇଥାଏ। ଏଥିରୁ ଅନବରତ ରକ୍ତସ୍ରାବ ହୋଇଥାଏ। ଯଦିଓ ଆଣ୍ଟିବାୟୋଟିକ୍‌ ଦ୍ୱାରା ଏହାର ଚିକିତ୍ସା ସମ୍ଭବ ତଥାପି ରୋଗ ଜଣାପଡ଼ିବା ବେଳକୁ ହାରାହାରି ୯୦% ହାତୀ ମୃତ୍ୟୁ ମୁଖରେ ପଡ଼ି ସାରିଥାନ୍ତି। ମାତ୍ର ଏକ ତୃତୀୟାଂଶ ହାତୀଙ୍କ କ୍ଷେତ୍ରରେ ଆଣ୍ଟିବାୟୋଟିକ୍‌ ଥେରାପୀ ପ୍ରଭାବୀ ସାବ୍ୟସ୍ତ ହେଉଥିବା ଏକ ଆକଳନରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ସାତକୋଶିଆ ଅଭୟାରଣ୍ୟର ବରିଷ୍ଠ ବନ୍ୟପ୍ରାଣୀ ଚିକିତ୍ସକ ଡା. କିଶୋର ସାହୁ କୁହନ୍ତି, ଏସିଆନ ଏଲିଫ୍ୟାଣ୍ଟ ହର୍ପିସ୍‌-୧ ଏବଂ ଆଫ୍ରିକାନ୍‌ ଏଲିଫ୍ୟାଣ୍ଟ ହର୍ପିସ-୨ରେ ସଂକ୍ରମିତ ହେବା ଦେଖାଯାଏ। ହାତୀଛୁଆଙ୍କ କ୍ଷେତ୍ରରେ ହର୍ପିସ୍‌-୧ ଘାତକ। ଏହି ଭୂତାଣୁ ସଂକ୍ରମଣ ହେଲେ ତଣ୍ଟି ଓ ମୁହଁରେ ଘା’ ହୋଇଯାଏ। ଜିଭ ଫୁଲିଯାଏ। ହାତୀ ଶାବକ ଖାଦ୍ୟ ଗ୍ରହଣ କରିପାରେ ନାହିଁ। ଧୀରେ ଧୀରେ ଦୁର୍ବଳ ହୋଇ ମୃତ୍ୟୁମୁଖରେ ପଡ଼େ। ସେହିପରି ଉପଯୁକ୍ତ ଚିକିତ୍ସା ନ ମିଳିଲେ ଏକ ହର୍ପିସ ଆକ୍ରାନ୍ତ ବଡ଼ହାତୀ ସର୍ବନିମ୍ନ ୨୪ ଘଣ୍ଟା ଏବଂ ସର୍ବାଧିକ ୨୦ଦିନ ମଧ୍ୟରେ ମୃତ୍ୟୁମୁଖରେ ପଡ଼ିଥାଏ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ହର୍ପିସ୍‌ର ଅନ୍ୟ ଏକ କାରଣ ସମ୍ପର୍କରେ ସେ କହିଛନ୍ତି ଯେ, ଦନ୍ତାହାତୀ ଶିକାର ବଢୁଥିବାରୁ ହାତୀପଲରେ ସନ୍ତୁଳନ ବିଗିଡ଼ି ଯାଉଛି। ମାଈ ହାତୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେମାନଙ୍କ ମଧ୍ୟରେ ଇମ୍ୟୁନିଟି ପାୱାର କମିଯାଉଛି, ଯାହା ଚିନ୍ତାଜନକ ବିଷୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍‌ ଭୁବନଙ୍କୁ ଧରିଲା ପୋଲିସ 

ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ଚିନ୍ତା ବଢ଼ାଉଛି ଜଙ୍ଗଲରେ ଗଞ୍ଜେଇ ଚାଷ

ଦାରିଙ୍ଗବାଡି,୧୬।୯(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ। ସପ୍ତାହକ ମଧ୍ୟରେ ପୋଲିସ ଜଙ୍ଗଲରୁ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ...

ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର

ବାଲିଗୁଡ଼ା:୧୬।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri