ପାଣ୍ଡିଆବିଲିରେ ହାତୀ, ଲୋକେ ଭୟଭୀତ

ଜଟଣୀ,୬ା୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି। ହାତୀ ହାବୁଡ଼ରେ ପଡି ଲୋକଙ୍କ କେତେବେଳେ ଜୀବନ ଗଲାଣି ତ କେତେବେଳେ ଆହତ ହେଉଛନ୍ତି। ହାତୀ-ମଣିଷ ଲଢ଼େଇରେ ହାତୀଙ୍କ ମଧ୍ୟ ମୃତ୍ୟୁ ଘଟୁଛି। ତେବେ ବୁଧବାର ରାତିରୁ ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡିଆବିଲି ଗ୍ରାମ ନିକଟ ଆଶ୍ରମ ଆମ୍ବତୋଟାରେ ଏକ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଫଳରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଖବରପାଇ ଖୋର୍ଦ୍ଧା ବନବିଭାଗର ଏକ ଟିମ୍‌ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ ଉକ୍ତ ହାତୀଟି ବାଟବଣା ହୋଇ ବରୁଣେଇ ଜଙ୍ଗଲରୁ ପଳାଇଆସିଥିବା ଅନୁମାନ କରାଯାଉଛି।

Share