Advertisement

ସହରରେ ହାତୀ, ଲୋକେ ଆତଙ୍କିତ

କେନ୍ଦୁଝର,୨୪।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ହାତୀ ଉପଦ୍ରବ ଏକ ନିତିଦିନିଆ ଘଟଣା ହୋଇଛି। ହାତୀ ପଲ ଗ୍ରାମାଞ୍ଚଳ ଛାଡି ସହରାଞ୍ଚଳ ମୁହାଁ ହେଉଛନ୍ତି। ରବିବାର କେନ୍ଦୁଝର ପୌରାଞ୍ଚଳ ୧ ନମ୍ବର ଓ୍ବାର୍ଡ ସିଦ୍ଧମଠ ପୋଡା ଉଆସ ସାହିରେ ଏକ ଦନ୍ତା ହାତୀ ପଶି ୨ଟି ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ହାତୀଟି ସାହି ଭିତରେ ପଶି ରଇ ନାଏକଙ୍କ ଘର କାନ୍ଥ ଭାଙ୍ଗି ଦୁଇ ବସ୍ତା ଚାଉଳ ଖାଇ ଦେଇଥିବା ଅଭିଯୋଗ ହୋଇଛି। ସେହିପରି ଡାକ୍ତର ନାଏକଙ୍କ ଘର କାନ୍ଥ ଭାଙ୍ଗି ଦେଇଥିବା ବେଳେ ପରିବାର ଲୋକ ଅଳ୍ପକେବର୍ତ୍ତି ଯାଇଥିଲେ। ସାହିରେ ପାଖାପାଖି ୨୦ ପରିବାର ମାଟି ଚାଳଛପର ଘରେ ରହୁଥିବା ବେଳେ ହାତୀ ଭୟରେ ଶୋଇପାରୁ ନ ଥିବା ଅଭିଯୋଗ କରିଛନ୍ତି।

ଏନେଇ ସ୍ଥାନୀୟ କାଉନସିଲର ଶରତ ସାହୁ ବନ ବିଭାଗ ଅଧିକାରୀଙ୍କୁ କ୍ଷୟକ୍ଷତି ପ୍ରଦାନ କରି ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି ା ସୂଚନା ଯୋଗ୍ୟ, ହାତୀଟି ଦୀର୍ଘ ଦିନ ହେଲା ସିଦ୍ଧମଠ ନିକଟ ପାହାଡରେ ରହୁଥିବା ବେଳେ ରାତିରେ ଜନବସତି ମୁହାଁ ହୋଇ କ୍ଷୟକ୍ଷତି ଘଟାଉଛି ା କିଛି ଦିନ ପୂର୍ବରୁ ହାତୀ ପଲ ସିଦ୍ଧ ଜଗନ୍ନାଥଙ୍କ ଐତିହ ପାଚେରୀ ଭାଙ୍ଗି ଭିତରେ ପଶି ଯାଇଥିବା ହାତୀ ଛୁଆକୁ ଉଦ୍ଧାର କରିଥିଲେ ା ସେହିପରି କିଛି ମାସ ତଳେ ଏକ ଦନ୍ତା ହାତୀ ପୁରୁଣା ବଜାରକୁ ଚାଲିଆସି ବଡଦାଣ୍ଡରେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗ ସହାୟତାରେ ଘଉଡାଇ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share