୧୧ କେଭି ବିଦ୍ୟୁତ୍‌ ତାରରେ ଲାଗି ଚାଲିଗଲା ମାଈହାତୀର ଜୀବନ

ନାକଟୀଦେଉଳ, ୧୮ା୮(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ରେଢାଖୋଲ ବନଖଣ୍ଡ ଘୋଷରାମାଳ ଫରେଷ୍ଟ ସେକ୍ସନର ଚରଡ଼ପଶି ଚହଟାପଦାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଏକ ମାଈହାତୀର ମୃତ୍ୟୁ ଘଟିଛି। ଶନିବାର ରାତିରେ ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥର ରେଢାଖୋଲ-ନାକଟୀଦେଉଳ ରାସ୍ତା ପାର୍ଶ୍ୱରୁ ପ୍ରାୟ ୧ଶହ ମିଟର ଦୂରରେ ଏହି ଘଟଣା ଘଟିଛି।

ପ୍ରାପ୍ତ ସୂଚନା ଅନୁସାରେ ଗତ କିଛିଦିନ ହେଲା ଏକ ୫୦ଟିକିଆ ହାତୀପଲ ଏହି ଅଞ୍ଚଳକୁ ଆସି ଭାଗ ଭାଗ ହୋଇ ଏଣେତେଣେ ବୁଲୁଥିଲେ। ଶନିବାର ରାତିରେ ଏକ ୧୫ ଟିକିଆ ହାତୀପଲ ଚହଟାପଦାଠାରେ ଧାନ ଜମିରେ ପଶି ଉପଦ୍ରବ କରୁଥିଲେ। ବନ ବିଭାଗ କର୍ମଚାରୀ ସେମାନଙ୍କ ପିଛା କରିଥିଲେ। ଏହି ସମୟରେ ହାତୀପଲ ଚହଟାପଦା ଜଙ୍ଗଲରୁ ଜାତୀୟ ରାଜପଥ ପାର ହୋଇ ଅପରପାର୍ଶ୍ୱ ଜଙ୍ଗଲକୁ ଯାଉଥିବାବେଳେ ପାଖରେ ଯାଇଥିବା ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଏକ ମାଈହାତୀର ଶୁଣ୍ଢ ଲାଗିଯିବାରୁ ଘଟଣାସ୍ଥଳରେ ଟଳି ପଡିଥିଲା।

ମୃତ ହାତୀ ନିକଟରେ ଅନ୍ୟ ହାତୀମାନେ ଦୀର୍ଘ ସମୟ ଧରି ଜଗି ରହିଥିଲେ। ହାତୀପଲଙ୍କ ପିଛା କରୁଥିବା ବନ କର୍ମଚାରୀମାନେ ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଖବର ପାଇ ରେଢାଖୋଲ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ସହକାରୀ ବନ ସଂରକ୍ଷକ ମାଳତୀଲତା ହାଁସଦା, ନାକଟୀଦେଉଳ ବନାଞ୍ଚଳ ଅଧିକାରୀ ଅଶ୍ୱିନୀ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଥିଲେ।

ରବିବାର ସକାଳେ ବନ ବିଭାଗର ଅଧିକାରୀ ଏବଂ ରେଢାଖୋଲ ବିଦ୍ୟୁତ୍‌ ବିଭାଗ ଉପଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମାଟି ଉପରୁ କମ୍‌ ଉଚ୍ଚତାରେ ୧୧କେଭି ତାର ଯାଇଥିବାରୁ ହାତୀର ମୃତ୍ୟୁ ଘଟିଲା ଓ ବିଦ୍ୟୁତ୍‌ ବିଭାଗର ଅବହେଳା ଏଥିପାଇଁ ଦାୟୀ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ବ୍ୟବଚ୍ଛେଦ ପରେ ସେଠାରେ ହାତୀ ମୃତଦେହ ପୋତି ଦିଆଯାଇଛି। ମୃତ ମାଈହାତୀର ବୟସ ୧୫ ବର୍ଷ ହେବ। ହାତୀ ମୃତ୍ୟୁ ଘଟଣାର ତଦନ୍ତ କରାଯିବ ବୋଲି ରେଢାଖୋଲ ଡିଏଫ୍‌ଓ ମହାନ୍ତି କହିଛନ୍ତି। ହାତୀ ଚଲାପଥ ରାସ୍ତାରେ ଯାଇଥିବା ବିଦ୍ୟୁତ୍‌ ତାରଗୁଡ଼ିକୁ ଖୁବ୍‌ଶୀଘ୍ର ହଟାଇ କେବୁଲ ତାର ବିଛାଇବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏହି ଘଟଣାକୁ ମିଶାଇ ଗତ ୨ ମାସ ମଧ୍ୟରେ ରେଢାଖୋଲ ବନଖଣ୍ଡରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଟି ହାତୀର ମୃତ୍ୟୁ ଘଟିସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଏୟାରପୋର୍ଟରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ଭୁବନେଶ୍ୱର,୨୬।୧୦: ରାଜଧାନୀରେ ବାଘ ଆତଙ୍କ। ମଝି ରାସ୍ତାରେ ରାଜଧାନୀ ଛାତି ଉପରେ ବାଘକୁ ଦେଖି ଲୋକେ ଛାନିଆ। ଭୁବନେଶ୍ୱର ବିମାନବନ୍ଦରରେ ବୁଲୁଛି ବାଘ। ଏୟାରପୋର୍ଟ ନିକଟ...

ଗଡ଼ିବାକୁ ଥିଲା ଅଳ୍ପ ସମୟ: ହଠାତ୍‌ ବସ୍‌ରୁ ନିଆଁ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସହଦେଖୁଣ୍ଟା ବସ୍‌ ଷ୍ଟାଣ୍ଡଠାରେ ଶନିବାର ଭୋର ସମୟରେ ବନଦୁର୍ଗା ନାମକ ଏକ ବସ୍‌ରେ ଅଚାନକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା...

ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ

ଭଦ୍ରକ, ୨୬।୧୦(ସନାତନ ରାଉତ): ଭଦ୍ରକ ପୌରପାଳିକା ପକ୍ଷରୁ ଦମକଳ ସାହାଯ୍ୟରେ ସହରର ବନ୍ତ ଛକ ମାର୍କେଟ କମ୍ପ୍ଲେକ୍ସରୁ ବର୍ଷା ଜଳ ନିଷ୍କାସନ ସହ ଜେସିବି ସାହାଯ୍ୟରେ...

ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ଭାଜପା ରାଜ୍ୟ ସଭାପତି

ଚାନ୍ଦବାଲି, ୨୬।୧୦(କିଶାନ ପାତ୍ର)- ବାତ୍ୟା ଦାନା ପ୍ରଭାବରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି l ଘର ଭାଙ୍ଗିବା ସହ...

ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୨୬।୧୦: ବାତ୍ୟା ପରେ ବନ୍ୟା ସ୍ଥିତି ହୋଇନି ବୋଲି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ସୂଚନା ଦେଇଛନ୍ତି। କିଛି କିଛି...

ବାତ୍ୟା ସମୟରେ ଲୋକଙ୍କୁ କଟୁକଥା କହି ୪ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୨୬।୧୦: ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି...

ବାତ୍ୟା ପରେ ବନ୍ୟା ପରିସ୍ଥିତି: ଲୋକଙ୍କ ଘରେ ପଶିଲା ପାଣି

ଭଦ୍ରକ, ୨୬।୧୦(ସନାତନ ରାଉତ): ବାତ୍ୟା ଦାନା ପ୍ରଭାବରେ ଗୁରୁବାର ଓ ଶୁକ୍ରବାର ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର...

‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ କାର୍ଯ୍ୟକ୍ରମ ଆରମ୍ଭ: ଯୋଗଦେଲେ ବିଶିଷ୍ଟ ସାମ୍ବାଦିକ

ଭୁବନେଶ୍ୱର,୨୬।୧୦: ଭୁବନେଶ୍ୱରରେ ପ୍ରେସ୍‌ କ୍ଲବ୍‌ରେ ଶନିବାର ‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri