ରାଜପଥରେ ହାତୀପଲ

ଦାରିଙ୍ଗବାଡ଼ି,୫।୪: ଗଞ୍ଜାମ-କନ୍ଧମାଳ ସିମାବର୍ତ୍ତୀ ସୋରଡ଼ା ବନାଞ୍ଚଳର ୫୯ନଂ. ଜାତୀୟ ରାଜପଥ କଡ଼ରେ ରବିବାର ହାତୀପଲ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଛି। ପଲରେ ୧୨ରୁ ୧୫ଟି ହାତୀ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ସନ୍ଧ୍ୟା ହେଲେ ହାତୀପଲ ରାଜପଥକୁ ଚାଳିଆସୁଥିବା କିଛି ଗାଡ଼ିଚାଳକ କହିଛନ୍ତି। ଦାରିଙ୍ଗବାଡ଼ିଠାରୁ ପ୍ରାୟ ୧୦ କି.ମି. ପରେ ଗଞ୍ଜାମ ସୀମା। ସୀମା ଆରମ୍ଭରୁ ଗାଜଲବାଡ଼ି ଘାଟି ପ୍ରାୟ ୧୫ କି.ମି ଦୂର ଘଞ୍ଚ ଜଙ୍ଗଲରେ କିଛିଦିନ ତଳେ ନିଆଁ ଲାଗିଥିଲା। ତେଣୁ ହାତୀପଲ ଘାଟିରାସ୍ତା କଡ଼ରେ ଯାଇଥିବା ନାଳକୁ ଆସିଥିବା ଅନୁମାନ କରାଯାଉଛି।