ଦାରିଙ୍ଗବାଡ଼ି,୫।୪(ଡି.ଏନ୍.ଏ.): କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ସୋରଡ଼ା ବନାଞ୍ଚଳର ୫୯ନଂ ଜାତୀୟ ରାଜପଥ କଡ଼ରେ ହାତୀପଲ ଦେଖିବାକୁ ମିଳିଛି ା ଏହାକୁ ନେଇ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଛନ୍ତି ା
ପ୍ରକାଶଯେ, ଦାରିଙ୍ଗବାଡ଼ି ଠାରୁ ପ୍ରାୟ ୧୦ କି.ମି. ଦୂର ପରେ ଗଞ୍ଜାମ ସୀମା ରହିଛି। ଏହି ସୀମା ଆରମ୍ଭରୁ ଗାଜଲବାଡ଼ି ଘାଟି ପ୍ରାୟ ୧୫ କି.ମି ଦୂରତା ଘଞ୍ଚ ଜଙ୍ଗଲ ମଧ୍ୟରେ ଚଳିତ ଗ୍ରୀଷ୍ମରେ ଜଙ୍ଗଲରେ ନିଆଁ ଲାଗିଥିଲା। ଫଳରେ ଜଙ୍ଗଲ ଭିତରେ ରହିଥିବା ହାତୀପଲ ଏବେ ରାଜପଥମୁହାଁ ହେବା ସହ ଘାଟି ରାସ୍ତାର କଡ଼ରେ ଯାଇଥିବା ନାଳକୁ ପାଣି ପାଇଁ ହାତୀପଲ ଆସିଥିବା ଜଣାପଡ଼ିଛି ା ପ୍ରାୟ ୧୨ରୁ ୧୫ଟି ହାତୀ ଏକାଠି ବୁଲୁଥିବା ଦେଖିବାକୁ ମିଳିଛି।