ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଛି ଦନ୍ତାହାତୀ

ବାରିପଦା ଅଫିସ,୯ା୧୦: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ଆସିଥିବା ଦନ୍ତାହାତୀଟି ମୁର୍ଗାବାଡି ଦେଇ ଚଳପ୍ରଚଳ କରୁଥିଲା । ଖବରପାଇ ବନ ବିଭାଗ କର୍ମଚାରୀମାନେ ପହଞ୍ଚତ୍ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ଶନିବାର ସକାଳେ ହାତୀଟି ବିଶ୍ୱବିଦ୍ୟାଳୟ ନିକଟରେ ଥିବା ବେଳେ ହାତୀକୁ ଦେଖିବା ପାଇଁ ଅଞ୍ଚଳରେ ଭିଡ଼ ଲାଗିରହିଛି । ହାତୀ ଘଉଡ଼ାଇବା ପାଇଁ ଲୋକେ ବାଣଫୁଟାଇ ହାତୀକୁ ବିରକ୍ତ କରୁଥିବା ଜଣାପଡିଛି। ତେବେ ହାତୀଥିବା ସ୍ଥାନରେ ବିଭାଗ ପକ୍ଷରୁ ଲୋକମାନଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି ।