ଖାଦ୍ୟ ଖାଉନି ଦନ୍ତା, ବିଗୁଡୁଛି ଅବସ୍ଥା

ସମ୍ବଲପୁର,୧୯।୬(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ ଅଧୀନ ସାପଲହରା ଗ୍ରାମର ଏକ ପୋଖରୀରେ ୪ ଦିନ ହେଲା ଏକ ଆହତ ଦନ୍ତାହାତୀ ମୃତ୍ୟୁ ସହ ସଂଗ୍ରାମ କରୁଛି। ରବିବାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ପୋଖରୀ ଭିତରୁ ବାହାରିବାକୁ ଆଉ ଚେଷ୍ଟା କରିପାରୁନାହିଁ । ପଙ୍କ ଓ ପାଣିରେ ଶୋଇ ପଡ଼ିଛି । ଯେତେ ଖାଦ୍ୟ ଦେଲେ ଆଉ ଖାଇ ପାରୁନାହିଁ । ଏଭଳି ସ୍ଥିତିରେ ଭୁବନେଶ୍ୱରରୁ ଏକ ଡାକ୍ତରୀ ଟିମ୍‌ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ହାତୀକୁ ସାଲାଇନ ଏବଂ ଆବଶ୍ୟକ ଔଷଧ ଦେଇ ଚିକିତ୍ସା କରାଯାଉଛି । ଅନ୍ୟପକ୍ଷେ ହାତୀକୁ ପ୍ରବଳ ଜ୍ୱର ହେଉଥିବା ବେଳେ କ୍ଷତସ୍ଥାନ ପୁଣି ସଂକ୍ରମଣ ହୋଇଥିବା ଡାକ୍ତରୀ ଟିମ୍‌ କହିଛନ୍ତି ।
ଭୁବନେଶ୍ୱର ଓୟୁଏଟି ପ୍ରଫେସର ଇନ୍ଦ୍ରମଣି ନାଥ କହିଛନ୍ତି, ଜୁନ ୨ ତାରିଖରେ ଦନ୍ତାହାତୀକୁ ପ୍ରଥମେ ଚିକିତ୍ସା କରାଯାଇଥିଲା । ଟ୍ରାଙ୍କୁଲାଇଜ କରି ଆବଶ୍ୟକ ଔଷଧ ଦିଆଯାଇଥିଲା। ୩ ଦିନ ପର୍ଯ୍ୟନ୍ତ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହିଥିଲା। ରବିବାର କଦଳୀ ଓ ଫଳରେ ଔଷଧ ଦିଆଯାଇଥିଲେ ମଧ୍ୟ ଖାଇ ନ ଥିଲା। ତେଣୁ ଅବସ୍ଥା ଆହୁରି ବିଗିଡି ଯାଇଛି। କ୍ଷତ ପାଇଁ ଚିନ୍ତା ନାହିଁ । ହେଲେ ଗୋଡ଼ ପାଇଁ ଚିନ୍ତା ରହିଛି । ବୋନ ସ୍ପାନ ହୋଇଛି । ଗୋଡ଼ ମୋଡି ହୋଇ ରହିଯାଇଛି, ତେଣୁ ଛିଡା ହୋଇପାରୁନାହିଁ । ଜ୍ୱର ମଧ୍ୟ ରହୁଛି । ତେଣୁ ଦନ୍ତା ପାଣି ଭିତରେ ରହିବାକୁ ପସନ୍ଦ କରୁଛି । ସମସ୍ତ ପ୍ରକାର ଚିକିତ୍ସା କରାଯାଉଛି । ଖୁବ୍‌ଶୀଘ୍ର ହାତୀ ଭଲ ହୋଇଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ସେହିପରି ଡିଏଫ୍‌ଓ ବି. ନିଳାମ୍ବର କହିଛନ୍ତି, ହାତୀକୁ ଯଥାସମ୍ଭବ ଚିକିତ୍ସା କରାଯାଉଛି । ଭଲ ହୋଇଯିବ। ପୋଖରୀ ଭିତରେ ଚିକିତ୍ସା ହେଉଥିବାରୁ ପୋଖରୀ ପାଣି ବ୍ୟବହାର କରିବା ପାଇଁ ଗ୍ରାମବାସୀଙ୍କୁ କିଛି ଦିନ ବାରଣ କରାଯାଇଛି। ପାଣି ବିଶୋଧନ ପରେ ବ୍ୟବହାର କରିବାକୁ କୁହାଯାଇଛି। ଅଞ୍ଚଳବାସୀ ମଧ୍ୟ ବନ ବିଭାଗକୁ ସହଯୋଗ କରୁଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ମେ’ ୨୯ରେ ଆହତ ଦନ୍ତାକୁ ମୁର୍ଗାବାରି ଗ୍ରାମ ଜଙ୍ଗଲରେ ବନ ବିଭାଗ ଠାବ କରିଥିଲା। ଜୁନ୍‌ ୨ରୁ ଚିକିତ୍ସା ଆରମ୍ଭ ହୋଇଛି। ହେଲେ ଚିକିତ୍ସାର ୧୭ ଦିନ ବିତିଯାଇଥିଲେ ମଧ୍ୟ ଦନ୍ତା ସୁସ୍ଥ ହୋଇପାରୁ ନାହିଁ। ଅନ୍ୟପକ୍ଷେ ଅବସ୍ଥା ଦିନିକୁ ଦିନ ବିଗିଡିବାରେ ଲାଗିଛି। ଗୋଡ଼ ଫୁଲି ଯିବା ସହ କ୍ଷତ ପୁଣି ପଚି ଯାଇଛି। ଅନ୍ୟପକ୍ଷେ ପଡ଼ିଆବାହାଲ ରେଞ୍ଜ ତୁରାଙ୍ଗ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଆଉ ଏକ ଦନ୍ତା ଆହତ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଛି। ଗୋଡ଼ରେ ଗଭୀର ଆଘାତ ଯୋଗୁ ଠିକ୍‌ ଭାବେ ଚାଲିପାରୁ ନ ଥିବା ସୂଚନା ମିଳିଛି। ବନ ବିଭାଗ ଓ ଡାକ୍ତରୀ ଟିମ୍‌ ପହଞ୍ଚି ଦନ୍ତାକୁ ଖୋଜାଖୋଜି କରିଥିଲେ। ହେଲେ ହାତୀକୁ ନ ପାଇବାରୁ ଚିକିତ୍ସା ହୋଇ ପାରି ନ ଥିବା ରେଞ୍ଜର ପବିତ୍ର ମୋହନ ମାଝି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri