ଗଭୀର ସମୁଦ୍ରରେ ଫସି ରହିଛନ୍ତି ୧୧ ମତ୍ସ୍ୟଜୀବୀ

ବ୍ରହ୍ମପୁର ଅଫିସ,୯। ୫: ଅଶାନ୍ତ ସମୁଦ୍ରରେ ଫସିରହିଛନ୍ତି ୧୧ ମତ୍ସ୍ୟଜୀବୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ସୁନାପୁର ନିକଟ ଗଭୀର ସମୁଦ୍ରରେ।
ସୂଚନାଯୋଗ୍ୟ, ୧୧ ମତ୍ସ୍ୟଜୀବୀଏକ ଡଙ୍ଗାରେ ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଥିଲେ। ଫେରିଲା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗାଟି ସମୁଦ୍ରରେ ଅଟକି ରହିଛି। ଅନ୍ୟପକ୍ଷେ ବାତ୍ୟା ଅସାନି ଯୋଗୁ ସମୁଦ୍ର ଅଶାନ୍ତ ରହିଛି। ଏଭଳି ସ୍ଥିିତିରେ ମତ୍ସ୍ୟଜୀବୀ ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କରିଥିଲେ। ପରେ ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏୟାରଲିଫ୍ଟ ମାଧ୍ୟମରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯିବ ବୋଲି ଉପଜିଲାପାଳ କହିଛନ୍ତି। ମତ୍ସ୍ୟଜୀବୀ

Share