ସମୁଦ୍ରରେ ଫସିଥିଲେ ୧୧ ମତ୍ସ୍ୟଜୀବୀ

ପାରାଦୀପ,୧୩ା୯(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ)ରବିବାର ପଶ୍ଚିମବଙ୍ଗ ହୁଗୁଳି ନଦୀ ସୀମା ସମୁଦ୍ରର ସାଗରଦୀପ ଅଞ୍ଚଳରୁ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି। ଏହାପରେ ସେମାନଙ୍କୁ ପଶ୍ଚିମବଙ୍ଗସ୍ଥିତ କଣ୍ଟାଇ ପୋଲିସକୁ ହସ୍ତାନ୍ତର କରାଯାଇଛି। ଲଘୁଚାପ ସତ୍ତ୍ୱେ ମତ୍ସ୍ୟଜୀବୀମାନେ ବୋଟ୍‌ ଧରି ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିଲେ। ହେଲେ ପ୍ରବଳ ବର୍ଷା ଯୋଗୁ ସେମାନେ ଫେରି ପାରି ନ ଥିଲା।

ଖବର ପାଇ କଣ୍ଟାଇ ମତ୍ସ୍ୟବିଭାଗ ଘଟଣା ସମ୍ପର୍କରେ କୋଷ୍ଟଗାର୍ଡକୁ ସୂଚନା ଦେଇଥିଲେ। କୋଷ୍ଟଗାର୍ଡ ପକ୍ଷରୁ ପ୍ରଥମେ ଡୋନିୟର ଏୟାରକ୍ରାଫ୍ଟ ଜରିଆରେ ସନ୍ଧାନ କରାଯାଇଥିଲା। ସମୁଦ୍ରର ୩୫ ନଟିକାଲ ମାଇଲ(୬୩ କି.ମି.) ମଧ୍ୟରେ ସେମାନଙ୍କୁ ଠାବ କରିଥିଲା। ପରେ କୋଷ୍ଟଗାର୍ଡ ପାଟ୍ରୋଲିଂ ଜାହାଜ ‘ଅନମୋଲ’ ଯାଇ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି।

Share