ଶ୍ରୀନଗର,୮।୧: ନୂଆବର୍ଷ ୨୦୨୨ର ପ୍ରଥମ ସପ୍ତାହରେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ୧୧ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜୈଶ ଆତଙ୍କବାଦୀ ଅଛନ୍ତି। ୧୧ ଜଣଙ୍କ ମଧ୍ୟରୁ ୬ ଜଣ ବିଦେଶୀ ଆତଙ୍କବାଦୀ ବୋଲି କଶ୍ମୀର ଜୋନ୍ ପୋଲି ଆଇଜି ବିଜୟ କୁମାର କହିଛନ୍ତି। ଶ୍ରୀନଗରରୁ ୪ ଆତଙ୍କବାଦୀଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଶୁକ୍ରବାର ଶ୍ରୀନଗରରେ ପୋଲିସ ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହେବା ସହ ଗୁଳି ବିନିମୟ ସ୍ଥଳରୁ ୩ଟି ଏକେ-୫୬ ରାଇଫଲ, ୮ ମାଗାଜିନ୍ ଓ କେତେକ କାଗଜପତ୍ର ମିଳିଛି। ଚଳିତ ସପ୍ତାହରେ ଅନ୍ୟ ଏନ୍କାଉଣ୍ଟର ପୁଲ୍ଓ୍ବାମା, କୁଲ୍ଗାମ ଏବଂ ଶ୍ରୀନଗରରେ ହୋଇଥିଲା।