ଗୋପାଳପୁର,୨୪।୭(ଡି.ଏନ.ଏ.): ସମୁଦ୍ର ଜୁଆର ମାଡ଼ରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମର ପୁଣି ୧୧ ଘର ଗୁରୁବାର ଓ ଶୁକ୍ରବାର ଭାଙ୍ଗିଯାଇଛି। ଦିନକୁ ଦିନ ଏଭଳି ଘର ଭାଙ୍ଗିଯାଉଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଅନ୍ୟପଟେ ୫୦ ରୁ ୬୦ ଘର ବିପଦସଙ୍କୁଳ ଅବସ୍ଥାରେ ରହିଛି। ୨୩ ଦିନରେ ସମୁଦ୍ର ଜୁଆର ମାଡ଼ରେ ରାମେୟାପାଟଣା ଗ୍ରାମରେ ୫୭ ଘର ଭାଙ୍ଗିଯାଇଥିବା ବେଳେ ଗୋଟିଏ ସାହି ମଧ୍ୟ ଲୀନ ହୋଇଯାଇଛି। ଏଥିସହ ବହୁ ଧନସମ୍ପତ୍ତି ନଷ୍ଟ ହୋଇଯାଇଛି। ଗ୍ରାମର ୩ ହଜାରରୁ ଊର୍ଦ୍ଧ୍ୱ ଲୋକ ମାଛ ମାରି ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ସେମାନେ ସମୁଦ୍ରକୁ ଯିବାକୁ ଭୟ କରୁଥିବା ଗ୍ରାମବାସୀ କହିଛନ୍ତି।