ରୁଷିଆ ମିଶାଇଲ୍‌ ମାଡ଼ରେ ୟୁକ୍ରେନର ୧୧ ମୃତ୍ୟୁ: ଆମେରିକାର ନିନ୍ଦା

କିଭ୍‌,୨୭।୧: ଜର୍ମାନୀ ଏବଂ ଆମେରିକା ୟୁକ୍ରେନକୁ ଦଶହଜାର ଟ୍ୟାଙ୍କ ପଠାଇବେ ବୋଲି ଘୋଷଣା କରିବାର ଗୋଟିଏ ଦିନ ପରେ ରୁଷିଆ ୟୁକ୍ରେନ ଉପରେ ପୁଣି ମିଶାଇଲ ଏବଂ ଡ୍ରୋନ୍‌ ମାଡ କରିଛି। ଏହି ଆକ୍ରମଣରେ ୟୁକ୍ରେନର ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ୧୧ ଜଣ ଆହତ ହୋଇଥିବା ଜଣାପଡିଛି।
ୟୁକ୍ରେନ ଷ୍ଟେଟ ଜରୁରୀକାଳୀନ ସେବା ମୁଖପାତ୍ର ଓଲେକ୍ସଚନ୍ଦ୍ର ଖୋରୁଞ୍ଜି ଏକ ବିବୃତ୍ତିରେ କହିଛନ୍ତି, କିଭ୍‌ରେ ସର୍ବାଧିକ ଗୃହ କ୍ଷତି ହୋଇଛି। ଏହି ଆକ୍ରମଣ ପରେ ଉଦ୍ଧାର ପ୍ରକ୍ରିୟାରେ ପ୍ରାୟ ୧୦୦ ଉଦ୍ଧାର କର୍ମଚାରୀ ଜଡିତ ଅଛନ୍ତି। ଆମେରିକା ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି ଏବଂ ସମସ୍ତ ମୃତକଙ୍କ ପ୍ରତି ସମବେଦନା ଜଣାଇଛି।
ରୁଷିଆ ସହ ଜାରି ରହିଥିବା ବିବାଦ ମଧ୍ୟରେ ୟୁକ୍ରେନକୁ ଯୁଦ୍ଧ ଟ୍ୟାଙ୍କ ଯୋଗାଇବାକୁ ଆମେରିକା ଏବଂ ଜର୍ମାନୀ ରାଜି ହେବା ପରେ ଏହି ଆକ୍ରମଣ ହୋଇଥିଲା।

Share