Advertisement

ଡିଏସ୍‌ପିଙ୍କ ସମେତ ୧୧ ପୋଲିସ ଦୋଷୀ

ଭରତପୁର(ରାଜସ୍ଥାନ),୨୨।୭: ଦୀର୍ଘ ୩୫ ବର୍ଷ ତଳର ଏକ ଫେକ୍‌ ଏନ୍‌କାଉଣ୍ଟର ମାମଲାରେ ଡିଏସ୍‌ପି କରନ୍‌ ସିଂ ଭାଟିଙ୍କ ସମେତ ୧୧ଜଣ ପୋଲିସଙ୍କୁ ମଥୁରାର ସ୍ବତନ୍ତ୍ର ସିବିଆଇ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୯୮୫ ଫେବୃୟାରୀରେ ରାଜା ମାନ୍‌ ସିଂ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଫେକ୍‌ ଏନ୍‌କାଉଣ୍ଟର କରି ହତ୍ୟା କରାଯାଇଥିଲା। ପ୍ରଥମେ ହିଂସାକାଣ୍ଡ ଘଟିବା ଯୋଗୁ ତତ୍କାଳୀନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶିବଚରଣ ମାଥୁରଙ୍କ ହେଲିକପ୍ଟର କ୍ଷତିଗ୍ରସ୍ତ ହୋଇଥିଲା। ସିବିଆଇ ଏହି ମାମଲାରେ ୧୮ ପୋଲିସ କର୍ମଚାରୀଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲା। ଶୁଣାଣି ଭିତରେ ୪ ଜଣ ପ୍ରାଣ ହରାଇଥିବାବେଳେ ୩ ଜଣ ଦୋଷମୁକ୍ତ ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share