ଏଣିକି ହାଇସ୍କୁଲରେ ପଢିବେ ଏକାଦଶ, ଦ୍ବାଦଶ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଏଣିକି ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଛାତ୍ରୀଛାତ୍ର
ହାଇସ୍କୁଲରେ ପଢିବେ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏକାଦଶ ଶ୍ରେଣୀ ପାଇଁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇ ଥିବା ବେଳେ ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ ବୋଲି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ଏହି ସୂଚନା ଦେଇଛନ୍ତି । କେତେକ ଛାତ୍ରୀଛାତ୍ର ଘରଠାରୁ ଦୂରକୁ ଯାଇ କଲେଜରେ ଶିକ୍ଷା ଗ୍ରହଣ କରିବାକୁ ପଡୁଥିଲା। ଛାତ୍ରୀଛାତ୍ର ଏ ନେଇ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏପରିକି ଡ୍ରପଆଉଟ ବଢ଼ିବା ସାଙ୍ଗକୁ ଗରିବ ପିଲା ପାଠ ଛାଡୁଥିଲେ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ଦାଶ କହିଛନ୍ତି।

Share