Categories: ଜାତୀୟ

ଏକାଦଶ ପରୀକ୍ଷାରେ ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩।୯: କେରଳରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଏକାଦଶ ଶ୍ରେଣୀ ପରୀକ୍ଷା ଗୋଟିଏ ସପ୍ତାହ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୫ରୁ ଏହି ପରୀକ୍ଷା ଆରମ୍ଭ ହେବାର ଥିଲା। ରାଜ୍ୟରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି। ଦେଶରେ ଦୈନିକ ସଂକ୍ରମଣର ୭୦ ପ୍ରତିଶତ କେରଳରେ। ଏଭଳି ସ୍ଥିତିରେ କୋମଳ ବୟସର ପିଲାମାନଙ୍କୁ ବିପଦକୁ ଠେଲି ଦିଆଯାଇପାରିବ ନାହଁ ବୋଲି ଜଷ୍ଟିସ୍‌ ଖାନ୍‌ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ଶ୍ରେଷ୍ଠ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଥାଇ ମଧ୍ୟ କେରଳ ମହାମାରୀକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଜଷ୍ଟିସ୍‌ ହୃଷୀକେଶ ରାୟ କହିଥିଲେ। ପରୀକ୍ଷା କରାଇବା ଦ୍ୱାରା କୌଣସି ପିଲା ସଂକ୍ରମିତ ହେବେ ନାହିଁ ବୋଲି ରାଜ୍ୟ ସରକାର ଗ୍ୟାରେଣ୍ଟି ଦେଇପାରିବେ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

Share