ବଲିଉଡ୍‌ ଅଭିନେତ୍ରୀଙ୍କଠାରୁ ବେଶି ଚମକନ୍ତି ଟେଲି ପରଦାର ଏସବୁ ନାୟିକା

ଛୋଟ ପରଦା ଓ ବଲିଉଡ୍‌ ମଧ୍ୟରେ ଅନେକ ଫରକ୍‌ । ଅନେକ ଚଳଚ୍ଚିତ୍ର ଅଭିନେତା ଛୋଟ ପରଦାରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ। ତେବେ କନ୍‌ ବନେଗା କୋରୋଡ ପତି ଶୋ’ର ଲୋକପ୍ରିୟତା ପରେ ଅନେକ ଜଣାଶୁଣା କଳାକାର ସ୍ବତଃ ପ୍ରବୃତ୍ତ ଭାବରେ ଛୋଟପରଦାରେ ନଜର ଆସିଲେ। ବର୍ତ୍ତମାନ ସମୟରେ ଯେଉଁଠାରେ ଅନେକ ଛୋଟପରଦା କଳାକାରଙ୍କ ଲୋକପ୍ରିୟତା ବଲିଉଡ ତାରକାଙ୍କଠାରୁ କମ ନୁହେଁ। ଜାଣନ୍ତୁ ସେହି ସବୁ ପ୍ରସିଦ୍ଧ ଅଭିନେତ୍ରୀଙ୍କ ସମ୍ପର୍କରେ…

ହିନା ଖାଁ
ବିଗ ବସ୍‌ ୧୧ ଫାଇନାଲିଷ୍ଟ ହିନା ଖାଁ ସିରିୟଲ ”ୟେ ରିସ୍ତା କ୍ୟା କେହଲତା ହୈ“ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏଥିରେ ତାଙ୍କ ଚରିତ୍ରର ନାମ ଅକ୍ସରା ଥିଲା। ଏହି ଶୋ ହିଟ ଲିଷ୍ଟରେ ଥିଲା। ପରେ ତାଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଥିଲା। ହିନା ତାଙ୍କ ଭାବମୂର୍ତ୍ତିକୁ ବଜାୟ ପାଇଁ ବିଗବସରେ ପହଞ୍ଚିଛନ୍ତି। ପରେ ସେ ୱେବ ସିରିଜ ସହିତ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

ଦିବ୍ୟଙ୍କା ତ୍ରିପାଠୀ
ଛୋଟ ପରଦାର ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଅନ୍ୟତମ। ୟେ ହୈ ମହୋବତେ ସିରିଏଲରେ ଦିବ୍ୟଙ୍କା ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ଚରିତ୍ରର ନାମ ଥିଲା ଇଶିତା।

 

ଜେନିଫର୍‌ ୱିଙ୍ଗେଟ୍‌
ଶିଶୁ କଳାକାର ଭାବରେ ଡେବ୍ୟୁ କରିଥିବା ଜେନିଫର୍‌, ଛୋଟ ପରଦାର ଏକ ପରିଚିତ ଚେହେରା। ସେ ସିରିଏଲ ବେହଦ୍‌ରେ ମାୟା ଭୂମିକାରେ ଅଭିନୟ କରିଥିଲେ। ଏହି ସିରିଏଲରେ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରିଥିଲେ। ଏହା ବ୍ୟତୀତ ଜେନିଫର୍‌ ସରସ୍ବତୀଚନ୍ଦ୍ର, ଦିଲ୍‌ ମିଲ୍‌ ଗଏ, କେହେନା ତୋ ହୋଗା ଏବଂ କୁସୁମ ପରି ଅନେକ ଲୋକପ୍ରିୟ ସିରିଏଲରେ ଅଭିନୟ କରିଥିଲେ।

ମୌନି ରୟ
ମୌନି ରୟ ଛୋଟପରଦା ପରେ ଚଳଚ୍ଚିତ୍ରରେ ବ୍ୟସ୍ତ ଅଛନ୍ତି। ମୌନି ନାଗିନରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।ଏହାପୂର୍ବରୁ ମୌନିଙ୍କୁ ଅନେକ ସିରିଏଲ୍‌ରେ ଦେଖିବାକୁ ମିଳିଥିଲା। ସେ ବାସ୍ତବ ଜୀବନରେ ନିଜର ଫ୍ୟାଶନ ପାଇଁ ଜଣାଶୁଣା । ସେ ମଧ୍ୟ ବହୁତ ଭଲ ନୃତ୍ୟଶିଳ୍ପୀ।

Share