Categories: ଖେଳ

ଏଲଗାରଙ୍କ ଚମତ୍କାର ଇନିଂସ: ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ସ୍ଥିତି ଦୃଢ

ସେଞ୍ଚୁରିଅନ୍‌,୨୮।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନରେ ଖେଳାଯାଉଛି। ଆଜି ମ୍ୟାଚର ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୦୮ ସ୍କୋର କରି ଅଲଆଉଟ୍‌ ହୋଇଯାଇଥିଲା। ପ୍ରଥମ ଇନିଂସରେ ଭାରତ ୨୪୫ ରନ ସଂଗ୍ରହ କରିଥିଲା। ଏହିପରି ଆଫ୍ରିକୀୟ ଦଳ ପ୍ରଥମ ଇନିଂସରେ ୧୬୩ ରନ ଅଗ୍ରଣୀ ହାସଲ କଲା।
ତେବେ ଦକ୍ଷିଣ ଆୟୋଜକ ଦଳ ପାଇଁ ଡିନ ଏଲଗାର ସର୍ବାଧିକ ୧୮୫ ରନ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ମାର୍କୋ ୟୁନସେନ ୮୪ ରନ ସ୍କୋର କରିବା ପରେ ଅପରାଜିତ ରହିଥିଲେ। ଜସପ୍ରୀତ ବୁମ୍‌ରା ଭାରତ ପାଇଁ ସର୍ବାଧିକ ୪ ଉଇକେଟ ନେଇଥିଲେ। ମହମ୍ମଦ ସିରାଜ ୨ ଉଇକେଟ ନେଇଥିଲେ। ଶାର୍ଦ୍ଦୁଲ ଠାକୁର, ପ୍ରସିଦ୍ଧ କ୍ରିଷ୍ଣା ଏବଂ ରବି ଅଶ୍ୱିନ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା।

Share