କେପ୍ ଟାଉନ, ୧୧।୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଳିଥିବା ସିରିଜର ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମଙ୍ଗଳବାର ଆରମ୍ଭ ହୋଇଛି। ନ୍ୟୁଲ୍ୟାଣ୍ଡ୍ସର ଗ୍ରୀନ୍ ପିଚ୍ରେ ତିଷ୍ଠି ରହିବା ପାଇଁ ଭାରତୀୟ ବ୍ୟାଟରମାନେ ସଂଘର୍ଷ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ଏକା ଲଢ଼େଇ କରିଥିଲେ। ତାଙ୍କ ଉଦ୍ୟମ ଯୋଗୁ ଦଳୀୟ ସ୍କୋର ୨୨୩ରେ ପହଞ୍ଚାଇ ପାରିଥିଲା। ପ୍ରଥମ ଦିବସ ଖେଳ ଶେଷ ବେଳକୁ ଦକ୍ଷିଣ ଆଫ୍ରିକା ୧ ଉଇକେଟ ହରାଇ ୧୭ ରନ୍ ସଂଗ୍ରହ କରିଛି। ଅଧିନାୟକ ଡିନ୍ ଏଲଗାର ୩ ରନ୍ କରି ଯଶପ୍ରୀତ୍ ବୁମ୍ରାଙ୍କ ବଲ୍ରେ ଆଉଟ ହୋଇଛନ୍ତି।
ସୂଚନା ଯୋଗ୍ୟ, ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍ରେ ପରାସ୍ତ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଡିନ୍ ଏଲଗାର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ସେ ଅପରାଜିତ ୯୬ ରନ୍ କରି ଦଳକୁ ବିଜୟୀ ଦେଇଥିଲେ।