ନୂଆଦିଲ୍ଲୀ, ୯ା୬(ଆଇଏଏନ୍ଏସ୍): ଦିଲ୍ଲୀର ଏକ ଶିଶୁ ହସ୍ପିଟାଲରେ ନିଆଁ ଲାଗିଯାଇଥିବାବେଳେ ୨୦ ଜଣ ନବଜାତକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଗୁରୁବାର ରାତି ୧ଟା ୩୫ ମିନିଟ୍ ସମୟରେ ବୈଶାଳୀ କଲୋନିରେ ଥିବା ନ୍ୟୁବର୍ନ ଚାଇଲ୍ଡ ହସ୍ପିଟାଲରେ ନିଆଲ ଲାଗିଥିଲା। ନିଆଁଲିଭା କାର୍ଯ୍ୟରେ ୯ଟି ଦମକଳ ଗାଡ଼ିକୁ ନିୟୋଜିତ କରାଯାଇଥିଲା ବୋଲି ଦିଲ୍ଲୀ ଅଗ୍ନିସେବା ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି। ଅଗ୍ନିଶମ କର୍ମଚାରୀମାନେ ସମସ୍ତ ୨୦ ଜଣ ନବଜାତକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରକରି ନିକଟବର୍ତ୍ତୀ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ।