Categories: ଜାତୀୟ

କେଜ୍‌ରିଓ୍ବାଲଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ,୨୫।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ଦିଲ୍ଲୀ ହାଇକୋର୍ଟ ନିମ୍ନ ଅଦାଲତରୁ ମିଳିଥିବା ଜାମିନ ଉପରେ ରୋକକୁ ଜାରି ରଖିଛନ୍ତି। ନିକଟରେ କେଜ୍‌ରିଓ୍ବାଲଙ୍କୁ ନିମ୍ନ ଅଦାଲତ ଜାମିନ ପ୍ରଦାନ କରିଥିଲେ। ଏହାକୁ ନେଇ ଇଡି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।

ବାସ୍ତବରେ ଦିଲ୍ଲୀର ମଦ ଦୁର୍ନୀତିରେ ଅର୍ଥ ହେରଫେର ମାମଲାରେ କେଜ୍‌ରିଓ୍ବାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରାଯାଇଥିଲା। ନିକଟରେ ଲୋକ ସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ତାଙ୍କୁ ସୁପ୍ରିମକୋର୍ଟରୁ ଜୁନ ୨ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥିଲା। ଏହା ପରେ ସେ ଜୁନ ୨ରେ ଆତ୍ମସମର୍ପଣ କରିଥିଲେ। ତା’ପରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପାଇଁ ନିମ୍ନ ଅଦାଲତକୁ ଯିବାକୁ ପରାମର୍ଶ ଦେଇଥିଲେ।

Share