କର୍ଲାମୁଣ୍ଡା,୧।୧୨(ଡି.ଏନ୍.ଏ.): ସରକାର ଷାଠିଏ ବର୍ଷରୁ ଊଦ୍ଧର୍ବ ମହିଳା,ପୁରୁଷ ତଥା ବିଧବା ଓ ଦିବ୍ୟଙ୍ଗ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାରେ ପେନ୍ସନ୍ ଦେବାକୁ ନିୟମ ତିଆରି କରିଥିଲେ ହେଁ ଯୋଗ୍ୟ ବ୍ୟକ୍ତିମାନେ ଏହି ଯୋଜନାର ସୁଫଳ ପାଇ ପାରୁ ନ ଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ବିଜାପାଟି ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଗାଁରେ ମୋଟ ୧୪୮ ପରିବାର ରହୁଥିବା ବେଳେ ଜନସଂଖ୍ୟା ପ୍ରାୟ ୫୦୦ରୁ ଊଦ୍ଧର୍ବ। ଏହି ଗାଁର ୧୩ ବୃଦ୍ଧ ବୃଦ୍ଧା ପେନସନ୍ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ସୁଦ୍ଧା ପେନସନ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି ।