ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍ ରୋଗର ଶିକାର ହେଉଛନ୍ତି। ଏହା ଭାରି ମାରାତ୍ମକ। ଡାଇବେଟିସ୍ ରୋଗୀଙ୍କୁ ହୃଦ୍ଘାତ ଆଶଙ୍କା ରହିଥାଏ। ତେଣୁ ଏଥିପ୍ରତି ମୂଳରୁ ସଚେତନ ନ ହେଲେ କେଉଁ ମୁହୂର୍ତ୍ତରେ ଜୀବନ ଚାଲିଯିବାର ମଧ୍ୟ ସମ୍ଭାବନା ଥାଏ। ଆମେରିକାର ଗବେଷକମାନେ ଏକ ଗବେଷଣା କରି କହିଛନ୍ତି, କିଛି ଫଳ ଅଛି, ଯାହାକୁ ଖାଇଲେ ଡାଇବେଟିସ୍ ଦୂର ହୋଇଥାଏ। ଜାଣନ୍ତୁ ଏ ସମ୍ପର୍କରେ…
ସେଓ :
ସେଓରେ ଏକ ସ୍ବତନ୍ତ୍ର ଧରଣର ଆଣ୍ଟିଅକ୍ସିଡାଣ୍ଟ ରହିଛି। ଯାହାକୁ ଏନ୍ଥୋସାୟାନିନ୍ କୁହାଯାଇଥାଏ। ଏହା ଶରୀରରେ ଥିବା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ। ଫଳରେ ଡାଇବେଟିସ୍ ଆଶଙ୍କା କମ୍ ରହିଥାଏ।
ପିଜୁଳି :
ପିଜୁଳିରେ ପୋଟାସିୟମ ଭରପୂର ମାତ୍ରାରେ ରହିଛି। ଯାହା ମଧୁମେହ ରୋଗୀଙ୍କ ପାଇଁ ଉପଯୁକ୍ତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି। ଏତଦ୍ବ୍ୟତୀତ ପିଜୁଳିରେ ଫାଇବର, ଲୋଗ୍ଲାଇକେମିକ ଏବଂ ଭିଟାମିନ ସି’ ରହିଛି। ଡାଇବେଟିସ୍ ରୋଗୀ ପ୍ରତିଦିନ ଗୋଟିଏ ଲେଖାଏ ପିଜୁଳି ଖାଇଲେ ବହୁ ଲାଭଦାୟକ ହୋଇଥାଏ।