ଏଲିଜାବେଥ ହେବେ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ

ପ୍ୟାରିସ,୧୭ ।୫: ଫ୍ରାନ୍ସର ରାଷ୍ଟ୍ରପତି କାର୍ଯ୍ୟାଳୟ ଏଲିସି ଏକ ବୟାନରେ କହିଛନ୍ତି ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ ଔପଚାରିକ ଭାବେ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି । ଆଉ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ତାଙ୍କ ଇସ୍ତଫା ଗ୍ରହଣ କରି ନେଇଛନ୍ତି । ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ ସୋମବାର ରାଷ୍ଟ୍ରପତି ଭବନ ଯାଇ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି । ଯାହାକୁ ରାଷ୍ଟ୍ରପତି ସ୍ୱୀକାର କରି ନେଇଛନ୍ତି । ରାଷ୍ଟ୍ରପତି ଭାବେ ଇମାନୁଏଲ ମାକ୍ରୋନ ଦ୍ୱିତୀୟଥର ରାଷ୍ଟ୍ରପତି ହେବା ପରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ ସୋମବାର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି ।

ଏହାପରେ ରାଷ୍ଟ୍ରପତି ଏଲିଜାବେଥ ବର୍ନଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ଫ୍ୟାନ୍ସର ରାଷ୍ଟ୍ରପତି କାର୍ଯ୍ୟାଳୟ ଏଲିସି ଏକ ବୟାନରେ କହିଥିଲା କି ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ ଔପଚାରିକ ଭାବେ ତାଙ୍କ ଇସ୍ତଫା ଦେବାକୁ ସୋମବାର ରାଷ୍ଟ୍ରପତି ଭବନ ଆସିଥିଲେ । ଏହାକୁ ରାଷ୍ଟ୍ରପତି ସ୍ୱୀକାର କରି ନେଇଛନ୍ତି । ଫ୍ରାନ୍ସ ଗଣମାଧ୍ୟମ କହିଛି ଏହି ପଦପାଇଁ ଏଲିଜାବେଥ ବର୍ନଙ୍କୁ ରାଷ୍ଟ୍ରପତି ମାକ୍ରୋନ ପସନ୍ଦ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଏକରୁ ଅଧିକ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ଏକ ସାଧାରଣ କଥା ।

Share