ଆଜି ଏଲିଜାବେଥ୍‌ଙ୍କ ଦଣ୍ଡ ଘୋଷଣା

ଓ୍ବାଶିଂଟନ,୧୮ା୧୧: ଆମେରିକାର ପ୍ରସିଦ୍ଧ ବାୟୋଟେକ୍‌ ଷ୍ଟାର୍‌ ଏଲିଜାବେଥ୍‌ ହୋମ୍‌ସଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ରୋଗୀଙ୍କ ଜୀବନକୁ ବିପଦରେ ପକାଇ ନିବେଶକଙ୍କ ସହିତ ଠକିବାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜାନୁୟାରୀରେ ଏଲିଜାବେଥ୍‌ଙ୍କ ଉପରେ ଓ୍ବାଲ ଷ୍ଟ୍ରିଟ ଜର୍ନାଲ ରିପୋର୍ଟକୁ ଆଧାର କରି ଆମେରିକାର କୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା।

ତେବେ ହୋମ୍‌ସ ୨୦୧୪ରେ ଟାଇମ ମାଗାଜିନ୍‌ ଦ୍ୱାରା କୋଟିପତି ମହିଳାମାନଙ୍କ ମଧ୍ୟରୁ ଜଣେ। ଯିଏ କି ସଫଳତାର ଶୀର୍ଷରେ ପହଞ୍ଚିଥିଲେ।

ଷ୍ଟାଣ୍ଡ୍‌ଫୋର୍ଡ ୟୁନିଭର୍ସିଟିରୁ ଡ୍ରପ୍‌ ଆଉଟ୍‌ ହୋଇଥିବା ହୋମ୍‌ସ ୯ ବିଲିୟନ ଡଲାରର ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ। ରୋଗ ଚିହ୍ନଟ କରିବା ପାଇଁ ସେ ଏକ ଡିଭାଇସ ତିଆରି କରିଥିଲେ। ସେ କହିଛନ୍ତିି ଯେ, ଏଥିରେ କିଛି ବୁନ୍ଦା ରକ୍ତରୁ କର୍କଟ ଭଳି ରୋଗ ଶୀଘ୍ର ଚିହ୍ନଟ ହୋଇପାରିବ। ଏହି ଡିଭାଇସ ସହଜରେ ମଧୁମେହ ରୋଗ ଚିହ୍ନଟ କରିପାରିବ ବୋଲି ସେ ରୋଗୀମାନଙ୍କୁ କହୁଥିଲେ। ପରେ ତାଙ୍କର ଏହି ପ୍ରତିଶ୍ରୁତି ମିଛ ପ୍ରମାଣିତ ହୋଇଥିଲା। ୨୦୧୮ରେ ତାଙ୍କ କମ୍ପାନୀ ବୁଡ଼ିଗଲା। ଚଳିତ ବର୍ଷ ଜାନୁୟାରୀରେ ତାଙ୍କୁ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

Share