Categories: ଫୁରସତ

ଏଲିଜାବେଥ୍‌ଙ୍କ ଷ୍ଟାଚ୍ୟୁ ଅନାବରଣ

ଲଣ୍ଡନ: ବ୍ରିଟେନ୍‌ କିଙ୍ଗ୍‌ ଚାର୍ଲସ୍‌ ତୃତୀୟ ଇଂଲଣ୍ଡରେ ତିଆରି ହୋଇଥିବା ଦିବଂଗତ ମହାରାଣୀ ଏଲିଜାବେଥ୍‌ଙ୍କ ମୂର୍ତ୍ତି ଅନାବରଣ କରିଛନ୍ତି। ସେପ୍ଟେମ୍ବର ୮ରେ ମହାରାଣୀଙ୍କ ମୃତ୍ୟୁ ପରେ ଏହା ହେଉଛି ଏଲିଜାବେଥ୍‌ଙ୍କ ପ୍ରଥମ ପ୍ରତିମୂର୍ତ୍ତି। ଏହାର ଉଚ୍ଚତା ୬ ଫୁଟ୍‌ ୭ ଇଞ୍ଚ ରହିଥିବାବେଳେ ଅଗଷ୍ଟମାସରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଥିଲା। ବ୍ରିଟେନ୍‌ରେ ମହାରାଣୀଙ୍କ ଶାସକନାଳକୁ ୭୦ ବର୍ଷ ପୂରିଯାଇଥିବା ଅବସରରେ ପ୍ଲାଟିନମ୍‌ ଜୁବିଲି ପାଳନ କରାଯାଇଥିଲା। ଏ ନେଇ ମହାରାଣୀଙ୍କ ମୂର୍ତ୍ତି ତିଆରି କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଫ୍ରେଞ୍ଚ୍‌ ଲେପିନ ଲାଇମ୍‌ଷ୍ଟୋନରେ ଏହି ଷ୍ଟାଚ୍ୟୁ ତିଆରି କରାଯାଇଛି। ଏହାର ଓଜନ ପାଖାପାଖି ୨ ଟନ୍‌ ହେବ। ମୂର୍ତ୍ତିରେ ଏଲିଜାବେଥ୍‌ ରାଜକୀୟ ବାଡ଼ି ଧରିଥିବାର ଦେଖିବାକୁ ମିଳିଛି। ରୋଚକ କଥା ମହାରାଣୀ ନିଜେ ଏହି ଷ୍ଟାଚ୍ୟୁର ଡିଜାଇନ୍‌ ବାଛିଥିଲେ।

Share